ରାଜନୀତି

ସ୍ଲୋଗାନକୁ ବଳିଗଲା ଶବ୍ଦ: ଖଟାଖଟ୍‌-ଟକାଟକ୍‌-ଫଟାଫଟ୍‌ – Kalinga News

[ad_1]

ନୂଆଦିଲ୍ଲୀ: ନିର୍ବାଚନରେ ସାଧାରଣତଃ ବିଭିନ୍ନ ପ୍ରକାର ସ୍ଲୋଗାନ୍ ଦିଆଯାଏ, ଯାହା ଦଳଗୁଡ଼ିକର ଆଭିମୁଖ୍ୟକୁ ଦର୍ଶାଏ ଏବଂ ଜନସାଧାରଣଙ୍କୁ ଆକୃଷ୍ଟ କରେ। ମାତ୍ର ପ୍ରଥମ ଥର ପାଇଁ ସ୍ଲୋଗାନ ନୁହେଁ, ଗୋଟିଏ ଶବ୍ଦ ଲୋକସଭା ନିର୍ବାଚନର କେନ୍ଦ୍ରବିନ୍ଦୁ ପାଲଟିଛି। ବାସ୍ତବରେ ୨୦୨୪ ଲୋକସଭା ନିର୍ବାଚନକୁ ଏକ ଶବ୍ଦ ଦ୍ୱାରା ବ୍ୟାଖ୍ୟା କରାଯାଉଛି। ଇନ୍ଦିରା ଗାନ୍ଧୀଙ୍କ ‘ଗରିବି ହଟାଓ, ଦେଶ ବଚାଓ’ଠାରୁ ଆରମ୍ଭ କରି ଜେପି ଆନ୍ଦୋଳନର ‘ଇନ୍ଦିରା ହଟାଓ, ଦେଶ ବଚାଓ’ଏବଂ ଅଟଳ ବିହାରୀ ବାଜପେୟୀଙ୍କ ‘ବାରି ବାରି ସବକି ବାରି, ଅବକି ବାରି ଅଟଳ ବିହାରୀ’ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦୀଙ୍କ ‘ଅବ୍ କି ବାର ମୋଦୀ ସରକାର’ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସ୍ଲୋଗାନ ଆଜିବି ଆମ ସ୍ମୃତିରେ ଲିପିବଦ୍ଧ ହୋଇ ରହିଛି। ଏହି ସ୍ଲୋଗାନଗୁଡ଼ିକ ଭାରତୀୟ ନିର୍ବାଚନର ରୂପରେଖ ପ୍ରସ୍ତୁତ କରିଥାଏ। ଆକର୍ଷଣୀୟ ସ୍ଲୋଗାନ ପ୍ରସ୍ତୁତ କରିବାର କଳାରେ ବିଜେପି ପାରଦର୍ଶିତା ହାସଲ କରିଛି। ‘ଅବ କି ବାର ମୋଦୀ ସରକାର’ ହେଉ କିମ୍ବା ‘ହର ହର ମୋଦୀ, ଘର ଘର ମୋଦୀ’ ଏବଂ ‘ମୋଦୀ ହୈ ତୋ ମୁମକିନ୍ ହୈ’ ପରି ସ୍ଲୋଗାନ କେତେକ ଉଦାହରଣ ମାତ୍ର। ପ୍ରତ୍ୟେକ ସ୍ଲୋଗାନ୍ ସହ ବିଜେପି ଏକ ନ୍ୟାରେଟିଭ୍ (ଆଖ୍ୟାନ) ପ୍ରସ୍ତୁତ କରିଥାଏ। ବିରୋଧୀଙ୍କ ପ୍ରତିକ୍ରିୟାକୁ ବି ବିଜେପି ନିଜ ସପକ୍ଷରେ ନେବାରେ ମାହିର। ୨୦୧୯ରେ ରାହୁଲ ଗାନ୍ଧୀଙ୍କ ନିରବଚ୍ଛିନ୍ନ ‘ଚୌକିଦାର ଚୋର ହୈ’ ଆକ୍ରମଣରେ ବିଜେପି ଚତୁରତାର ସହ ‘ମୁଁ ବି ଚୌକିଦାର’ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଏଥର ନିର୍ବାଚନୀ ଋତୁରେ କିଛି ଅଲଗା କଥା ଶୁଣିବାକୁ ମିଳୁଛି। ଏହା ଏକ ସ୍ଲୋଗାନ ନୁହେଁ, ବରଂ ଏକ ଶବ୍ଦ।

କଂଗ୍ରେସ ଇସ୍ତାହାରରେ ସମ୍ପତ୍ତି ସର୍ବେକ୍ଷଣ ସହ ସାମାଜିକ କଲ୍ୟାଣର ପ୍ରତିଶ୍ରୁତି ଦିଆଯାଇଥିଲା। ରାହୁଲ ଗାନ୍ଧୀଙ୍କ ଦ୍ୱାରା ସମ୍ପତ୍ତି ପୁନର୍ବଣ୍ଟନ ପ୍ରତିଶ୍ରୁତି ସହ କଂଗ୍ରେସ କ୍ଷମତାକୁ ଆସିଲେ ମହିଳାଙ୍କ ଆକାଉଣ୍ଟକୁ କିପରି ‘ଖଟାଖଟ ଖଟାଖଟ’ ଟଙ୍କା ଟ୍ରାନ୍ସଫର ହେବ ସେ ନେଇ ମଧ୍ୟ ସେ କହିଥିଲେ। ରାହୁଲ ଗାନ୍ଧୀଙ୍କ ଏହି ଉକ୍ତି ଜନସାଧାରଣ ଓ ରାଜନୈତିକ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନେ ଏହି ‘ଖଟାଖଟ’ ଶବ୍ଦ ବ୍ୟବହାର କରିବା ଆରମ୍ଭ କରିଥିଲେ। ଏହାପରେ ଏହି ‘ଖଟାଖଟ’ ଶବ୍ଦର ବିଜେପି ଭିନ୍ନ ପ୍ରକାର ବ୍ୟାଖ୍ୟା ଆରମ୍ଭ କରିଥିଲା। କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ‘ସେମାନେ (ଗାନ୍ଧୀ ପରିବାର) ମହଲରେ ଜନ୍ମ ଗ୍ରହଣ କରିଛନ୍ତି। ଏହି ରାଜକୁମାରମାନେ କଠିନ ପରିଶ୍ରମ କରି ଫଳ ପାଇବାରେ ଅଭ୍ୟସ୍ତ ନୁହନ୍ତି। ସେଥିପାଇଁ ସେମାନେ କହୁଛନ୍ତି ଯେ ଦେଶର ବିକାଶ ଆପେଆପେ ହେବ। କେମିତି? ଖଟାଖଟ, ଖଟାଖଟ।’ ରାଏବରେଲିର ଲୋକମାନେ ମଧ୍ୟ ସେମାନଙ୍କୁ ଖଟାଖଟ ଖଟାଖଟ ଘରକୁ ଫେରାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କଂଗ୍ରେସର ମେଣ୍ଟ ସହଯୋଗୀମାନେ ମଧ୍ୟ ଖଟାଖଟ ପରେ ଅନୁରୂପ ନୂଆ ଶବ୍ଦ ‘ଟକାଟକ’ ବ୍ୟବହାର କରିଥିଲେ। ନିକଟରେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ‘ଆପଣଙ୍କୁ ‘ଫଟାଫଟ’ ଚାକିରି ମିଳିବ’ ବୋଲି ରାଲିରେ ଲୋକଙ୍କୁ କହିବା ପରେ ଏହା ରାଜ୍ୟ ରାଜନୀତିରେ ବେଶ୍‌ ଚର୍ଚ୍ଚାରେ ରହିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button