ଇଣ୍ଡି ମେଣ୍ଟ ବିରୋଧରେ ବର୍ଷିଲେ ନାଇଡ଼ୁ, ନୀତୀଶ – Kalinga News

[ad_1]
ନୂଆଦିଲ୍ଲୀ : ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ପ୍ରମୁଖ ସଦସ୍ୟମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତ ୧୦ ବର୍ଷର ନେତୃତ୍ବକୁ ପ୍ରଶଂସା କରିବା ସହ ଆଗାମୀ ୧୦ ବର୍ଷ ମଧ୍ୟ ଏନ୍ଡିଏ ସରକାରର ସୁଶାସନର ବର୍ଷ ହେବ ବୋଲି ଘୋଷଣା କରିଛନ୍ତି। ଟିଡିପି (ତେଲୁଗୁ ଦେଶମ ପାର୍ଟି) ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ଜେଡିୟୁ (ଜନତା ଦଳ ୟୁନାଇଟେଡ୍) ମୁଖ୍ୟ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏନଡିଏର ନେତା ନିର୍ବାଚିତ କରିବା ପ୍ରସ୍ତାବକୁ ସମର୍ଥନ କରି ସୁଦୃଢ଼ ଏନ୍ଡିଏ ସରକାର ପାଇଁ ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି। ଏନଡିଏ ବୈଠକରେ ମୋଦୀଙ୍କୁ ପ୍ରଶଂସା କରି ନାଇଡ଼ୁ କହିଛନ୍ତି, ଆଜି ଭାରତରେ ସଠିକ୍ ସମୟରେ ଜଣେ ସଠିକ୍ ନେତା ଅଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ମୋଦୀଙ୍କ ନେତୃତ୍ବରେ ଭାରତ ଆସନ୍ତା ୫ ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି ଆମର ଦୃଢ଼ ବିଶ୍ବାସ ରହିଛି। ନୀତୀଶ କୁମାର ଆଜି ଏନଡିଏ ବୈଠକରେ ତାଙ୍କ ଭାଷଣରେ ବିରୋଧୀ ଇଣ୍ଡି ମେଣ୍ଟ ଉପରେ ତୀବ୍ର ବର୍ଷିଛନ୍ତି ଏବଂ କହିଛନ୍ତି ତାଙ୍କ ଦଳ ସବୁ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରହିବ। ନୀତୀଶ କହିଛନ୍ତି, ବିରୋଧୀ ମେଣ୍ଟ ଦେଶ ପାଇଁ କିଛି କାମ କରିନାହିଁ। ସେମାନଙ୍କ (ଇଣ୍ଡି ମେଣ୍ଟ ନେତା) ମଧ୍ୟରୁ ଯେଉଁମାନେ ଏଥର ଜିତିଛନ୍ତି ସେମାନେ ବି ଆଗକୁ ହାରିବେ। ସବୁ ସମୟରେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରହିବି। ବିହାରରେ ସମସ୍ତ ପଡ଼ି ରହିଥିବା କାମ ହେବ। ନୀତୀଶ କହିଛନ୍ତି, ଏହା ସବୁଠାରୁ ଭଲ ଯେ ଆମେ ସମସ୍ତେ ଏକାଠି ହୋଇଛୁ ଏବଂ ଆମେମାନେ ଏକାଠି ମୋଦୀଙ୍କ ସହ କାମ କରିବୁ। ଉଲ୍ଲେଖଯୋଗ୍ୟ, ୨ ବରିଷ୍ଠ ନେତା ମୋଦୀଙ୍କୁ ସରକାର ଗଠନରେ ସମର୍ଥନ କରିବାପାଇଁ କିଛି ସର୍ତ୍ତ ରଖିଛନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଆଜି ନାଇଡ଼ୁ ଏବଂ ନୀତୀଶ ଏଭଳି ଟିପ୍ପଣୀ ଦେଇଛନ୍ତି।
[ad_2]