ରାଜନୀତି

ମଧ୍ୟପ୍ରଦେଶର ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ଶିବରାଜ ସିଂ ଚୌହାନ – Kalinga News

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ (୨୦୨୪)ରେ ପ୍ରଧାନମନ୍ତ୍ରୀ ମୋଦୀ ୪୦୦ ଆସନ ଜିତିବାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରଣକୌଶଳ ପ୍ରସ୍ତୁତିରେ ଲାଗିପଡ଼ିଛି ବିଜେପି । ବିଭିନ୍ନ ଆସନ ପାଇଁ ନାମ ଚୂଡ଼ାନ୍ତ କରିଚାଲିଛି ଦଳ । ଏନଡିଟିଭିର ଏକ ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ବିଜେପି ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ ।

ମଧ୍ୟପ୍ରଦେଶର କେନ୍ଦ୍ରସ୍ଥଳରେ ଅବସ୍ଥିତ ବିଦିଶା ଜିଲ୍ଲାର ଐତିହାସିକ ଓ ପୌରାଣିକ ମହତ୍ତ୍ୱ ରହିଛି। ବୌଦ୍ଧ ତୀର୍ଥକ୍ଷେତ୍ର ସାଞ୍ଚି, ଯେଉଁଠାରେ ସ୍ତୁପଗୁଡ଼ିକ ସମଗ୍ର ବିଶ୍ୱରେ ଜଣାଶୁଣା, ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି । ଏଠାକାର ଜନସଂଖ୍ୟା ପ୍ରାୟ ୧୪ ଲକ୍ଷ । ଶେଷ ଥର ପାଇଁ ୧୯୮୪ରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ସେବେଠାରୁ ବିଜେପି ଏଠାରେ ନିଜର ଆଧିପତ୍ୟ ବଜାୟ ରଖିଛି। ୧୯୮୯ ରୁ ବିଜେପି  ଏହି ଲୋକସଭା ନିର୍ବାଚନ ଜିତି ଆସୁଛି। ଅନ୍ୟପ୍ରକାରରେ ଏହି ଆସନରୁ ଜିତିବା ଶିବରାଜଙ୍କ ପାଇଁ ବେଶ ସହଜ ହେବ । ବର୍ତ୍ତମାନ ରମାକାନ୍ତ ଭାର୍ଗବ ଏହି ଆସନରୁ ସାଂସଦ ଅଛନ୍ତି । କିନ୍ତୁ ଆଗାମୀ ନିର୍ବାଚନରେ ତାଙ୍କ ଟିକେଟ କଟିବା ସମ୍ଭାବନା ରହିଛି ।

ଗତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଶିବରାଜଙ୍କୁ ମୁଖ୍ୟମନ୍ତ୍ରୀନ ନ କରି ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ସେଥିରୁ ଅନୁମାନ କରାଯାଉଥିଲା ଯେ ତାଙ୍କୁ କେନ୍ଦ୍ରକୁ ଅଣାଯାଇପାରେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button