ବଡ଼ମ୍ବା ଲଢ଼େଇ: ୭ମ ଥର ଭାଗ୍ୟପରୀକ୍ଷା କରିବେ ଦେବୀ – Kalinga News

[ad_1]
ସବୁଥର ପ୍ରାର୍ଥୀ ବଦଳାଉଛନ୍ତି ବିଜେପି, କଂଗ୍ରେସ
କଟକ: ବଡ଼ମ୍ବାରୁ ଲଗାତାର ୬ଥର ଜିତି ବିଧାୟକ ହୋଇଥିବା ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏଥର ୭ମଥର ପାଇଁ ବିଜେଡି ଟିକେଟରେ ଭାଗ୍ୟପରୀକ୍ଷା କରିବାକୁ ଯାଉଛନ୍ତି। ଅନ୍ୟପଟେ ପ୍ରତି ନିର୍ବାଚନରେ ଏଠାରୁ ବିଜେପି ଓ କଂଗ୍ରେସ, ପ୍ରାର୍ଥୀ ବଦଳାଉଛନ୍ତି। ସ୍ବେଚ୍ଛାକୃତଭାବେ ଚାକିରିରୁ ଅବସର ନେଇ ରାଜନୀତିରେ ପାଦ ଥାପିଥିବା ଆଇଆରଏସ୍ ଅଧିକାରୀ ସମ୍ବିତ୍ ତ୍ରିପାଠୀଙ୍କୁ ଏଥର ବିଜେପି ପ୍ରାର୍ଥୀ କରିଛି। ଅନ୍ୟପଟେ ଛାତ୍ର ରାଜନୀତିରୁ ସାମାଜିକ ଜୀବନ ଆରମ୍ଭ କରିଥିବା ସଞ୍ଜୟ କୁମାର ସାହୁଙ୍କୁ କଂଗ୍ରେସ ଏଥର ପ୍ରାର୍ଥୀ କରିଛି। ଉଭୟ ବିଜେପି ଓ କଂଗ୍ରେସ ଶିବିରରେ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଦେବୀ ପ୍ରସାଦ ୧୯୯୫ରୁ ଲଗାତାର ବିଧାୟକ ନିର୍ବାଚିତ ହୋଇଆସୁଛନ୍ତି। ଏକାଧିକ ଥର ରାଜ୍ୟ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ବି ରହିଛନ୍ତି। ରାଜ୍ୟ ସରକାର ଅଞ୍ଚଳରେ କରିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ସେ ଲୋକଙ୍କ ସମର୍ଥନ ଲୋଡିବେ ବୋଲି ଦେବୀ କହିଛନ୍ତି। ବଡ଼ମ୍ବା ନରସିଂହପୁରର ଜନସାଧାରଣ ତାଙ୍କୁ ସବୁ ବେଳେ ଆଶୀର୍ବାଦ ଦେଇ ଆସିଛନ୍ତି, ଏଥର ବି ଆଶୀର୍ବାଦ ଓ ସମର୍ଥନ ରହିବ ବୋଲି ଶ୍ରୀ ମିଶ୍ର ଆଶା କରିଛନ୍ତି।
ଅନ୍ୟପଟେ ଦେବୀଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ସମ୍ବିତ୍ ତ୍ରିପାଠୀ ଚଳିତ ନିର୍ବାଚନରେ ସେ ଚିନିକଳ ପୁନରୁଦ୍ଧାର, କୃଷି ଓ ରୋଜଗାର ସମସ୍ୟାକୁ ପ୍ରସଙ୍ଗ କରିବା ସହିତ ମୋଦୀଙ୍କ ଗ୍ୟାରେଣ୍ଟି, ବିସ୍ଥାପନ, ରେଳ ସଂଯୋଗୀକରଣ, ପ୍ରଧାନମନ୍ତ୍ରୀ ଜନକଲ୍ୟାଣକାରୀ ଯୋଜନା ନିର୍ବାଚନମଣ୍ଡଳୀରେ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେଉ ନଥିବା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି। କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସଞ୍ଜୟ କୁମାର ସାହୁ ଗତ ନିର୍ବାଚନରେ ତାଙ୍କୁ ଟିକେଟ୍ ନମିଳିବାରୁ ଏହାର ପ୍ରତିବାଦରେ କଂଗ୍ରେସ ଦଳ ଛାଡ଼ିଥିଲେ। ଦୁଇମାସ ତଳେ ତାଙ୍କର ଘରବାହୁଡ଼ା ହୋଇଛି। ବଡମ୍ବା ଚିନିକଳର ପୁନରୁଦ୍ଧାର, ନରସିଂହପୁରରେ କିଡ୍ନି ଚିକିତ୍ସା ହସ୍ପିଟାଲ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ନରସିଂହରପୁରର ୧୨ଟି ପଞ୍ଚାୟତକୁ ବାଦ୍ ଦେବା, ବଡମ୍ବା ନରସିଂହପୁର ନୂତନ ଶିଳ୍ପ ପ୍ରତିଷ୍ଠା ତାଙ୍କର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସଞ୍ଜୟ କହିଛନ୍ତି।
[ad_2]