ରାଜନୀତି

ଘୁ.ଉଦୟଗିରି ବିଧାନସଭା କ୍ଷେତ୍ର ପାଇଁ ବିଜେଡିରୁ ସାଲୁଗା ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ – Kalinga News

[ad_1]

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ୮୩ନଂ ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ତଥା ଉପବାଚସ୍ପତି ସାଲୁଗା ପ୍ରଧାନ ବୁଧବାର ଦିନ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବାଲିଗୁଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କନ୍ଧମାଳ ଅତିରିକ୍ତ ଜିଲାପାଳ ତଥା ରିଟର୍ନିଂ ଅଫିସର ଅଶୋକ କୁମାର ଭୋଇଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଏହି ଅବସରରେ ଜିଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ, ଜିଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଘୁମୁସର ଉଦୟଗିରି ଏନଏସି ଅଧ୍ୟକ୍ଷା ଦେବଶ୍ମିତା ଶତପଥୀଙ୍କ ସମେତ ଦାରିଙ୍ଗବାଡି, ଟିକାବାଲି, ରାଇକିଆ, ଜି ଉଦୟଗିରି ବ୍ଲକ ଓ ଘୁ. ଉଦୟଗିରି ଏନ୍‌ଏସିର ବିଜୁ ଜନତା ଦଳର କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିଙ୍କ ସହ ହଜାର ହଜାର ଦଳୀୟ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାଲିଗୁଡା ହନୁମାନ ମନ୍ଦିର ସମ୍ମୁଖରୁ ବାଜା ବାଜଣା ସହ ନିଜ ସମର୍ଥକଙ୍କ ସହ ବିରାଟ ପଟୁଆରରେ ସହର ପରିକ୍ରମା କରି  ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button