ମଞ୍ଚରେ କାନ୍ଦିଲେ ରାଜା: ତା’ ମୁହଁକୁ ଟିକେ ଅନେଇବ… – Kalinga News

[ad_1]
କଟକ: ‘ନବୀନ ପଟ୍ଟନାୟକ, ସେ ଆମ ପେଟକୁ ଅନାଇଛି। ତାର ବାପା ନାହିଁ, ମା ନାହିଁ, ପୁଅ ନାହିଁ, ଝିଅ ନାହିଁ, ତାର କେହି ନାହିଁ। ସାଢେ ୪ କୋଟି ଲୋକ ହେଲେ ତାର ପରିବାର। ସେ ମରିଗଲେ ତା ମୁହଁରେ ପାଣି ଦେବାକୁ ବି କେହି ନାହିଁ, ମୁଖାଗ୍ନି ଦେବାକୁ କେହି ନାହିଁ। ସେ ପରିବାରର ସମସ୍ତଙ୍କୁ ଦେଇଛି, ତା ମୁହଁକୁ ଟିକେ ଅନାଇବ, ଏତିକି ନିବେଦନ …।’ ଏଭଳି ଭାବବିହ୍ବଳ ଢଙ୍ଗରେ ସଭା ମଞ୍ଚରେ କାନ୍ଦି କାନ୍ଦି ହାତ ଯୋଡି ମନ୍ତ୍ରୀ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା) ଲୋକଙ୍କୁ ଅନୁରୋଧ କରିବା ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଆଠଗଡ଼ ମହୋତ୍ସବ ପଡିଆରେ ଆୟୋଜିତ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଏଭଳି ନିବେଦନ କରିଥିଲେ ରାଜା ସ୍ବାଇଁ। ରାଜାଙ୍କ ଏଭଳି ବକ୍ତବ୍ୟ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏଥର ରାଜା ନିଜେ କି ତାଙ୍କ ପୁଅ ଆଦିତ୍ୟ ପ୍ରତାପ ସ୍ବାଇଁ ପ୍ରତିଦ୍ବନ୍ଦ୍ବିତା କରିବେ, ତାହାକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଆଜି ରାଜାଙ୍କର ଏଭଳି ଭାବବିହ୍ବଳ ଆହ୍ବାନ ଆଲୋଚନାର ଖୋରାକ ଯୋଗାଇଛି।
[ad_2]