ରାଜନୀତି

ବଡ଼ମ୍ବାରେ ଦେବୀଙ୍କ ପ୍ରତିଦ୍ବନ୍ଦ୍ବୀ କିଏ: ବିଜୟ ନା ସମ୍ବିତ? – Kalinga News

[ad_1]

କଟକ: ବଡ଼ମ୍ବା ଲଢେଇରେ ଏଥର କିଏ ମୁହାଁମୁହିଁ ହେବେ? ‌ଗୋଟିଏପଟେ ବିଜେଡିର ଚେହେରା ସ୍ପଷ୍ଟ ବୋଲି କୁହାଯାଉଥିବା ବେଳେ ବିଜେପି ଓ କଂଗ୍ରେସ ଶିବିରରେ କିନ୍ତୁ ଏଯାଏ କୌଣସି ସ୍ପଷ୍ଟ ଚିତ୍ର ସାମ୍‌ନାକୁ ଆସି ପାରୁନାହିଁ। ବଡ଼ମ୍ବାରୁ ଦେବୀ ମିଶ୍ର ଏଯାଏ ଲଗାତାର ଭାବେ ୬ଥର ଜିତି ସାରିଲେଣି। ଏଥରକ ବି ସେ ପ୍ରାର୍ଥୀହେବା ଏକପ୍ରକାର ସ୍ପଷ୍ଟ। ମାତ୍ର, ଇତିମଧ୍ୟ‌ରେ ନିର୍ବାଚନ ତାରିଖ ଘୋଷଣା ସରିଥିଲେ ବି ଏଯାଏ ଦେବୀଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ କିଏ ଉଭାହେବେ ତାହା ସ୍ପଷ୍ଟ ହୋଇନାହିଁ। ଗତ ନିର୍ବାଚନରେ କଂଗ୍ରେସରୁ ବବି ମହାନ୍ତି ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ଆଉ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ। ସେ ବିଜେପିରୁ ଟିକେଟ୍‌ ପାଇଁ ଆଶାୟୀ ଥିବା କୁହାଯାଉଛି। ଅନ୍ୟପକ୍ଷରେ, ଗତ ନିର୍ବାଚନରେ ଆଖିଦୃଶିଆ ଭୋଟ ହାତେଇଥିବା ବିଜୟ ଦଳବେହେରା କିମ୍ବ‌ା ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଥିବା ଆୟକର କମିଶନର ସମ୍ବିତ ତ୍ରିପାଠୀ ବିଜେପିର ପ୍ରାର୍ଥୀ‌ହେବେ ବୋଲି ଶୁଣିବାକୁ ମିଳୁଛି। ତେବେ, ଏନେଇ ଏପର୍ଯ୍ୟନ୍ତ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ।

ଉଲ୍ଲେଖଯୋଗ୍ୟ ଯେ ଗତ ନିର୍ବାଚନରେ ଦେବୀ ପ୍ରସାଦ ମିଶ୍ର ୯୦ ହଜାର ୫୬୪ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କୁ ୫୨ ପ୍ରତିଶତ ଭୋଟ ମିଳିଥିଲା। ବିଜେପିର ବିଜୟ ଦଳବେହେରା ୭୨ ହଜାର ୫୪୫ ‌ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ। ତାଙ୍କର ଭୋଟ ପ୍ରତିଶତ ୪୨ ପ୍ରତିଶତ ରହିଥିଲା। ଏପଟେ କଂଗ୍ରେସର ବବି ମହାନ୍ତି ୬୨୨୪ ଅର୍ଥାତ୍‌ ମାତ୍ର ୪ ପ୍ରତିଶତ ଭୋଟ ପାଇବା ସହିତ ଅମାନତ ହରାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button