ବିଜେଡିର ମନେପଡ଼ିଲା ମହାନଦୀ କଥା: ରାଜସ୍ବ ମନ୍ତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ – Kalinga News

[ad_1]
ଟ୍ରିପଲ୍ ଇଞ୍ଜିନ ସରକାରରେ ମହାନଦୀ ସମସ୍ୟା ସମାଧାନ ହେଉ
ଭୁବନେଶ୍ବର: ବିରୋଧୀ ଆସନରେ ବସିଲା ପରେ ଏବେ ବିଜେଡିର ମହାନଦୀ କଥା ମନେ ପଡ଼ିଛି। ଗତ କିଛି ବର୍ଷ ହେଲା କେନ୍ଦ୍ରର ଏନ୍ଡିଏ ସରକାର ସହ ବିଜେଡିର ତାଳମେଳ ଭଲ ରହୁଥିଲେ ବି ମହାନଦୀ ପ୍ରସଙ୍ଗର ସମାଧାନ ପାଇଁ ଦଳ କେବେ କଠୋର ଆଭିମୁଖ୍ୟ ନେଇ ନଥିଲା। ଆଜି ମହାନଦୀ ପ୍ରସଙ୍ଗ ଉଠାଇ ଦଳର ନେତାମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ପ୍ରସଙ୍ଗରେ ଗତକାଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଥିବା ବକ୍ତବ୍ୟକୁ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଲେ, ମହାନଦୀ ଓଡିଶାର ୧୬ ଜିଲ୍ଲାର ଲୋକଙ୍କ ଜୀବନଧାରା। ହେଲେ ଏହା ଉପରେ ଛତିଶଗଡ଼ ମନମାନି କରିଆସୁଛି। ହୀରାକୁଦର ଉପମୁଣ୍ଡରେ ଛତିଶଗଡ଼ ସରକାର ଓ ତଳମୁଣ୍ଡରେ ଓଡ଼ିଶା କେତେ ପାଣି ବ୍ୟବହାର କରିବ, ଏନେଇ ଉଲ୍ଲେଖ ରହିଛି। ତଥାପି ଛତିଶଗଡ଼ ମହାନଦୀ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ବେଆଇନ ଭାବେ କାର୍ଯ୍ୟ କରିଚାଲିଛି। ଛତିଶଗଡ଼ର ବେଆଇନ କାମ ବିରୋଧରେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ ସିଡବ୍ଲ୍ୟୁସିଙ୍କ ନିକଟରେ ବାରମ୍ବାର ଓଡ଼ିଶା ସରକାର ଓ ନବୀନ ପଟ୍ଟନାୟକ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୧୬ରେ ଦିଲ୍ଲୀରେ ବସିଥିବା ବୈଠକରେ ଛତିଶଗଡ଼ର ବେଆଇନ କାମକୁ ଅଟକାଇବା ପାଇଁ ଶ୍ରୀ ପଟ୍ଟନାୟକ ସ୍ପଷ୍ଟ ଭାବେ ଦାବି ରଖିବା ସତ୍ତ୍ୱେ ମଧ୍ୟ କୌଣସି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇନଥିଲା। ଛତିଶଗଡ଼ର ଅନଧିକାର ବ୍ୟାରେଜ୍ ନିର୍ମାଣ ବିରୋଧରେ ସମସ୍ତ ଫୋରମରେ ଆଲୋଚନା ପରେ ଯେତେବେଳେ ସୁଫଳ ମିଳିଲାନି, ସେତେବେଳେ ରାଜ୍ୟ ସରକାର ସମାଧାନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ।
ଟ୍ରିବ୍ୟୁନାଲ ଗଠନରେ ମଧ୍ୟ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଶେଷରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଲା। ଏଥିରେ ଓଡ଼ିଶା ପକ୍ଷରୁ ସମସ୍ତ ଦଲିଲ୍ ଉପସ୍ଥାପନ କରାଯାଇ ପକ୍ଷ ରଖାଯାଇଛି। ଟ୍ରିବ୍ୟୁନାଲର ଅବଧି ଏବେ ୨୦୨୬ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଯାଇଛି। ମହାନଦୀ ପାଇଁ ଓଡ଼ିଶା ନ୍ୟାୟିକ ଲଢ଼େଇ ଲଢ଼ିଛି, ରାଜରାସ୍ତାରେ ସଂଗ୍ରାମ କରିଛି ଓ ଆଲୋଚନା ମଧ୍ୟରେ ସମାଧାନ ପାଇଁ ଉଦ୍ୟମ କରିଛି। ହେଲେ କେନ୍ଦ୍ର ନୀରବଦ୍ରଷ୍ଟା ସାଜି ସେତେବେଳେ ଛତିଶଗଡ଼ରେ ଥିବା ବିଜେପି ସରକାରକୁ ସୁହାଇଲା ଭଳି କାର୍ଯ୍ୟ କରିଥିଲା। ତେଣୁ ମହାନଦୀକୁ ନେଇ ଓଡ଼ିଶା ସରକାର କିଛି କରି ନଥିଲେ ବୋଲି ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିବା ବଦଳରେ ସମସ୍ୟାର ସମାଧାନ ପାଇଁ ବିଜେପି ସରକାର ଉଦ୍ୟମ କରିବା ଦରକାର। ମହାନଦୀ ପ୍ରସଙ୍ଗରେ ବିଜେଡି ସଂପୂର୍ଣ୍ଣ ସଚେତନ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ବିଧାୟକ ପ୍ରତାପ କେଶରୀ ଦେବ କହିଥିଲେ, ଡବଲ ଇଂଜିନ ସରକାରରେ ପ୍ରଗତି ଦୁଇ ଗୁଣ ହେବ ବୋଲି ନିର୍ବାଚନ ସମୟରେ ବିଜେପି ନେତା କହିଥିଲେ। ଏବେ ମହାନଦୀ ପ୍ରସଙ୍ଗରେ ଟ୍ରିପଲ ଇଂଜିନ୍ ସରକାର ରହିଛି। କେନ୍ଦ୍ରରେ, ଛତିଶଗଡରେ, ଓଡ଼ିଶାରେ ସବୁଠି ବିଜେପିର ସରକାର। ଏବେ ଆଉ ବାହାନା ଖୋଜିବା ବଦଳରେ ମହାନଦୀ ସମସ୍ୟାର ସମାଧାନ କରାଯାଉ। ରାଜସ୍ୱ ମନ୍ତ୍ରୀଙ୍କୁ ମଧ୍ୟ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଉତ୍ତର ଦେବାକୁ ପଡ଼ିବ, କାରଣ ମହାନଦୀରେ ପାଣି ନଆସିବା ଦ୍ୱାରା ସେମାନେ ବି ପ୍ରଭାବିତ ହେଉଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଗତକାଲି ରାଜସ୍ବ ମନ୍ତ୍ରୀ କହିଥିଲେ, ମହାନଦୀ ଜଳ ବିବାଦର ସମାଧାନ ପାଇଁ ପୂର୍ବ ସରକାର କୌଣସି ପଦକ୍ଷେପ ନେଲେନି। ଟ୍ରିବ୍ୟୁନାଲ୍ରେ ମଧ୍ୟ ଓଡ଼ିଶା ସରକାର ଠିକ୍ ତଥ୍ୟ ଉପସ୍ଥାପନ କଲେନି।
[ad_2]