ରାଜନୀତି

ନୋ-ହୋର୍ଡିଂ ଜୋନ୍‌ରେ ବିଜ୍ଞାପନ: ସ୍କୁଲ୍‌ରେ ବିଜେପିର, ନଦୀଗର୍ଭରେ ବିଜେଡିର – Kalinga News

[ad_1]

କଟକ: ନିର୍ବାଚନ ପାଇଁ ସବୁ ନିୟମକୁ ଜଳାଞ୍ଜଳି ଦେଉଛନ୍ତି ରାଜନୈତିକ ଦଳ। ନିର୍ବାଚନୀ ନିୟମ ପୁଣି ଉଲ୍ଲଂଘନ କରିଛନ୍ତି ରାଜ୍ୟରେ ଶାସନ କରୁଥିବା ବିଜେଡି ଓ କେନ୍ଦ୍ରରେ ଶାସନ କରୁଥିବା ବିଜେପି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି କଟକ ସହର ଉପକଣ୍ଠରେ। ଉଭୟ ରାଜନୈତିକ ଦଳ ନୋ-ହୋର୍ଡିଂ ଜୋନ୍‌ରେ ବଡ଼ ବଡ଼ ନିର୍ବାଚନୀ ବିଜ୍ଞାପନ ଲଗାଇଛନ୍ତି। ସମସ୍ତେ ଦେଖିଲା ଭଳି ସ୍ଥାନରେ ଏଭଳି ବିଜ୍ଞାପନ ଲଗାଯାଇଥିଲେ ବି ଏହା ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ବା ନିର୍ବାଚନ କମିସନ୍‌ ଅଧିକାରୀଙ୍କୁ କିଭଳି ଦେଖାଯାଉ ନାହିଁ, ତାହା ସମସ୍ତଙ୍କୁ ଚକିତ କରିଛି। ନିର୍ବାଚନ ଅବସରରେ ବିଜ୍ଞାପନ ପାଇଁ ନିଷିଧାଞ୍ଚଳ ଭାବେ ଘୋଷିତ ହୋଇଥିବା ବିଦ୍ୟାଳୟ ସମେତ କାଠଯୋଡ଼ିର ଦୁଇ ପୋଲ ମଧ୍ୟସ୍ଥ ନଦୀଗର୍ଭକୁ ବି ବାଦ୍ ଦିଆଯାଇନାହିଁ। ସଦର ଅନ୍ତର୍ଗତ ପାଇକସାହି ପ୍ରାଥମିକ ବିଦ୍ୟାଳୟରେ ବିଜେପି ପକ୍ଷରୁ ‌‌ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କ ଫଟୋଚିତ୍ର ଥିବା ଏକ ବଡ଼ ହୋର୍ଡିଂ ଲଗାଯାଇଛି। ଖାଲି ସେତିକି ନୁହେଁ, କାଠଯୋଡ଼ି ନଦୀର ଦୁଇ ପୋଲ ମଧ୍ୟକୁ ସିଏମ୍‌ସି ପକ୍ଷରୁ ନୋ ହୋର୍ଡିଂ ଜୋନ ଘୋଷଣା କରାଯାଇଥିବା ବେଳେ ସେହି ସ୍ଥାନରେ ବିଜେଡି ପକ୍ଷରୁ ବିଶାଳ ନିର୍ବାଚନୀ ବିଜ୍ଞାପନ ଶୋଭାପାଉଛି। ପ୍ରମୁଖ ରାଜନୈତିକ ଦଳ ଯଦି ଏଭଳି ନିୟମର ଉଲ୍ଲଂଘନ କରନ୍ତି, ‌କିଏ ନିୟମ ପାଳନ କରିବେ ବୋଲି ପ୍ରଶ୍ନ ଉଠୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button