ରାଜନୀତି

ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ – Kalinga News

[ad_1]

ବେଙ୍ଗାଲୁରୁ: ବେଙ୍ଗାଲୁର ଦକ୍ଷିଣ ଆସନର ବିଜେପି ପ୍ରାର୍ଥୀ ‌ ତେଜସ୍ବୀ ସୂର୍ଯ୍ୟଙ୍କ ବିରୋଧରେ ଆଜି ନିର୍ବାଚନ କମିସନ ମାମଲା ରୁଜୁ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରକାଶିତ ଭିଡ଼ିଓ ମାଧ୍ୟମରେ ସେ ଧର୍ମ ନାମରେ ଭୋଟ ମାଗିଛନ୍ତି ବୋଲି କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସୂଚନା ଦେଇଛନ୍ତି। ଗୁରୁବାର ପ୍ରକାଶିତ ଭିଡ଼ିଓରେ ତେଜସ୍ବୀ କହିଥିଲେ ୮୦ ପ୍ରତିଶତ ଲୋକ ବିଜେପିକୁ ସମର୍ଥନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ଭୋଟ୍‌ ଦେବାକୁ ଆସୁଛନ୍ତି, ଅପରପକ୍ଷରେ କଂଗ୍ରେସକୁ କେବଳ ୨୦ ପ୍ରତିଶତ ଲୋକ ସମର୍ଥନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଭୋଟ ଦେବାକୁ ବାହାରୁଛନ୍ତି। ଆଜି ମାମଲା ରୁଜୁ ପରେ ତେଜସ୍ବୀ କହିଛନ୍ତି ଯେ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ଭାବେ ତୁଷ୍ଟୀକରଣ ଉପରେ ବିଶ୍ବାସ ରଖି ନିର୍ବାଚନ ଲଢ଼ୁଛି। ବିଭିନ୍ନ ସର୍ଭେ ରିପୋର୍ଟରେ କଂଗ୍ରେସକୁ ଦେଶରେ ୩୦ଟି ଆସନରୁ ଅଧିକ ମିଳିବ ନାହିଁ ବୋଲି କୁହାଯାଉଛି। ଏଣୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଧିକରୁ ଅଧିକ ଅପ୍ରାସଙ୍ଗିକ ଅଭି‌ଯୋଗ କରୁଛନ୍ତି। ଇତିହାସ ସାକ୍ଷୀ, ଯେତେବେଳେ ଏଭଳି ଆକ୍ରମଣ ହୋଇଛି ପ୍ରଧାନମନ୍ତ୍ରୀ ଅଧିକ ଶକ୍ତିଶାଳୀ ହୋଇଛନ୍ତି ଓ ବିଜେପି ଅଧିକ ଲୋକପ୍ରିୟ ହୋଇଛି ବୋଲି ସେ କହିଛନ୍ତି। ତେଜସ୍ବୀଙ୍କ ବିପକ୍ଷରେ କଂଗ୍ରେସ ନେତ୍ରୀ ସୌମ୍ୟା ରେଡ୍ଡି ନିର୍ବାଚନ ଲଢ଼ୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button