ଖେଳ ଖବର

ସିଲି ପଏଣ୍ଟ: ଦ୍ବିତୀୟ ସନ୍ତାନର ପିତା ହେଲେ କ୍ରୁନାଲ – Kalinga News

[ad_1]

ଭାରତୀୟ ‌ସ୍ପିନ୍‌ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ପତ୍ନୀ ପଙ୍କୁଡ଼ି ଶର୍ମା ୨୧ ତାରିଖରେ ଦ୍ବିତୀୟ ସନ୍ତାନ ଲାଭ କରିଛନ୍ତି। ସାମାଜିକ ଗଣମାଧ୍ୟମରେ କ୍ରୁନାଲ ଫଟୋ ପୋଷ୍ଟ କରିଥିଲା ବେଳେ ନବଜାତକର ନାମ ‘ବାୟୁ’ ରଖିଛନ୍ତି। ଏହି ଫଟୋରେ କ୍ରୁନାଲଙ୍କ ସହ ପତ୍ନୀ ପଙ୍କୁଡ଼ି, ପ୍ରଥମ ପୁଅ କବୀରଙ୍କ ସହ ବାୟୁ ଏକାଠି ମେଡିକାଲ୍‌ ବେଡ୍‌ ଉପରେ ବସିଥିବା ଦେଖାଯାଉଛି। ସୂଚନାଯୋଗ୍ୟ, ୨୦୨୨ ଜୁଲାଇରେ କବୀର ଜନ୍ମ ନେଇଥିଲେ। ବାୟୁର ଜନ୍ମଗ୍ରହଣ ବିଷୟରେ କ୍ରୁନାଲ୍‌ ଘୋଷଣା କରିବା ପରେ ଦୀନେଶ କାର୍ତ୍ତିକ ଓ ଶିଖର ଧାୱନ ପ୍ରଥମେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। କ୍ରୁନାଲ୍‌ ଏବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ପାଇଁ ଖେଳୁଛନ୍ତି। ‘ବାୟୁ’ ଜନ୍ମ ହେବାର ଦୁଇ ଦିନ ପୂର୍ବରୁ କ୍ରୁନାଲ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଘରୋଇ ମ୍ୟାଚ୍‌ ଖେଳିଥିଲେ ଏବଂ ତାଙ୍କ ଦଳ ବିଜୟୀ ହୋଇଥିଲା। ଏପରିକି ବାୟୁ ଜନ୍ମ ହେବାର ଦୁଇ ଦିନ ପରେ ପୁଣି ଥରେ ଲକ୍ଷ୍ନୌ ଦଳ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଚେନ୍ନାଇକୁ ପରାସ୍ତ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button