ରାଜନୀତି

ନାମାଙ୍କନ କଲେ ଇନ୍ଦିରା: ଶୋଭାଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ – Kalinga News

[ad_1]

ଜୟପୁର: ବିରାଟ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଆସି ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ଜୟପୁର ବିଧାୟକ ପ୍ରାର୍ଥିନୀ ଡ. ଇନ୍ଦିରା ନନ୍ଦ। ୧୦ହଜାରରୁ ଊର୍ଦ୍ଧ୍ବ ସମର୍ଥକଙ୍କ ଗହଣରେ ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କ ନିକଟରେ ଦୁଇ ସେଟ୍ ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ଇନ୍ଦିରା ନିଜ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟ ସରକାର ନିର୍ବାଚନମଣ୍ଡଳୀର ବିକାଶ ଦିଗରେ ସମସ୍ତ ପଦକ୍ଷପ ନେଇଛନ୍ତି। ବ୍ୟାପକ ଅନୁଦାନ ସତ୍ତ୍ବେ ଗତ ୧୦ବର୍ଷ ମଧ୍ୟରେ ଏହି ନିର୍ବାଚନମଣ୍ଡଳୀ ବିକାଶ କ୍ଷେତ୍ରରେ ବହୁ ପଛକୁ ଯାଇଛି। ଚଳିତ ନିର୍ବାଚନରେ ବିଜୟୀ ହେଲେ ଜୟପୁର ନିର୍ବାଚନମଣ୍ଡଳୀରୁ ଗରିବୀ ହଟିବା ସହ ବୈଷୟିକ ଶିକ୍ଷାର ହବ୍ କରିବା ଦିଗରେ ପଦକ୍ଷେପ ନିଆଯିବ।

ମହିଳା ସଶକ୍ତୀକରଣକୁ ଗୁରୁତ୍ବ, କୃଷି, ଜଳସେଚନ, ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ। ପୂର୍ବାହ୍ନ ୧୦ଟାରେ ପଞ୍ଚାନନ ମନ୍ଦିରରେ ମହାଦେବଙ୍କ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଇନ୍ଦିରା। ଶୋଭାଯାତ୍ରାରେ କୋରାପୁଟ ସାଂସଦ ପ୍ରାର୍ଥିନୀ କୌଶଲ୍ୟା ହିକକା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପର୍ଯ୍ୟବେକ୍ଷିକା ମୀରା ପରିଡ଼ା, ଲତା ରାୟ, ଯୁବନେତା ସୁବାସ ରାଉତ, ପୌର ଉପାଧ୍ୟକ୍ଷା ବି. ସୁନିତା, ବ୍ଲକ ଉପାଧ୍ୟକ୍ଷ ଗଣେଶ ପାଢ଼ୀ, ନଗର ବିଜେଡି ସଭାପତି ହରପ୍ରସାଦ ମିଶ୍ର, ଅନୁପ ପାତ୍ର, ଦୁର୍ଗା ପ୍ରସାଦ ମିଶ୍ର, କେ. ନାଗରାଜ ଦୋରା ପ୍ରମୁଖ ସାମିଲ୍ ହୋଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button