ଗୁକେଶଙ୍କ ପ୍ରେରଣାର ଉତ୍ସ ଧୋନି ଓ ଜୋକୋଭିକ୍ – Kalinga News

[ad_1]
ଚେନ୍ନାଇ: ସମ୍ପ୍ରତି ଚର୍ଚ୍ଚାରେ ଅଛନ୍ତି ଚେସ୍ ତାରକା ଡି ଗୁକେଶ। ଟରଣ୍ଟୋରେ ଫିଡେ କ୍ୟାଣ୍ଡିଡେଟ୍ସ ଚେସ୍ ପ୍ରତିଯୋଗିତା ଜିତିବା ପରେ ବିଶ୍ବ ପ୍ରତିଯୋଗିତା ଯୋଗ୍ୟତା ଅର୍ଜନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଭାରତର ସୁପର୍ ଗ୍ରାଣ୍ଡମାଷ୍ଟର୍ ବିଶ୍ବନାଥନ୍ ଆନନ୍ଦଙ୍କ ପରାମର୍ଶ ପରେ ଗୁକେଶଙ୍କ ଖେଳ ଜୀବନରେ ଟର୍ଣ୍ଣିଂ ପଏଣ୍ଟ ଆସିଥିଲା। ସର୍ବକନିଷ୍ଠ ଖେଳାଳି ଭାବେ ସେ କ୍ୟାଣ୍ଡିଡେଟ୍ସ ମୁକୁଟ ଜିତି କିଂବଦନ୍ତି ଗ୍ୟାରି କାସ୍ପାରୋଭଙ୍କ ରେକର୍ଡକୁ ପଛରେ ପକାଇଛନ୍ତି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଚାପ ପରିସ୍ଥିତିକୁ କିଭଳି ମୁକାବିଲା କରନ୍ତି ବୋଲି ପ୍ରଶ୍ନ ହେବାରୁ ଏହି ୧୭ ବର୍ଷୀୟ ତାରକା କହିଛନ୍ତି ‘‘ମହେନ୍ଦ୍ର ସିଂହ ଧୋନି ଓ ନୋଭାକ ଜୋକୋଭିକ୍ଙ୍କ ଭଳି ବଡ଼ ଖେଳାଳି ଚାପକୁ ଭଲ ଭାବେ ହାତେଇପାରନ୍ତି। ନିହାତି ଆବଶ୍ୟକ ବେଳେ ସେମାନେ ଭଲ ଖେଳିଥାନ୍ତି। ଏହି କାରଣ ପାଇଁ ମୁଁ ସେମାନଙ୍କ ପ୍ରତି ଆକର୍ଷିତ ହୋଇଛି’’। ସବୁ ଖେଳ ଭିତରେ କିନ୍ତୁ ବିଶ୍ବ ବିଜେତା ଚେସ୍ ଖେଳାଳି ମାଗ୍ନସ କାର୍ଲସନଙ୍କୁ ସବୁଠାରୁ ଦୃଢ଼ମନା ତଥା ମାନସିକ ଦମ୍ଭୋକ୍ତିର ବ୍ୟକ୍ତି ବୋଲି କହିଥିଲେ ଗୁକେଶ। ସୂଚନାଯୋଗ୍ୟ, ୨ ଥର ବିଶ୍ବକପ୍ ଜିତିଥିବା ଧୋନି ସିଏସ୍କେକୁ ୫ ଥର ଆଇପିଏଲ୍ ମୁକୁଟ ବିଜେତା କରାଇଛନ୍ତି। ଜୋକୋଭିକ୍ ୨୪ ଥର ଗ୍ରାଣ୍ଡ ସ୍ଲାମ୍ ମୁକୁଟ ଜିତି ମହାନତମ ଟେନିସ୍ ଖେଳାଳି ହୋଇପାରିଛନ୍ତି।
[ad_2]