ରାଜନୀତି

ନୋଟାକୁ ସର୍ବାଧିକ ଭୋଟ୍ ମିଳିଲେ କ’ଣ ହେବ? – Kalinga News

[ad_1]

ନିର୍ବାଚନ କମିସନଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ନନ୍ ଅଫ୍ ଦି ଏବଭ୍ (ନୋଟା) ବିକଳ୍ପ ସପକ୍ଷରେ ସର୍ବାଧିକ ଭୋଟ୍ ମିଳିଲେ କୌଣସି ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଫଳାଫଳକୁ ବାତିଲ କରିବା ଏବଂ ପୁନର୍ବାର ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେବା ଲାଗି ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଶୁକ୍ରବାର ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିଛନ୍ତି। ଲେଖକ ତଥା ଖ୍ୟାତନାମା ବକ୍ତା ଶିବ ଖେଡ଼ାଙ୍କ ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲାରେ ନୋଟାଠାରୁ କମ୍ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନ ଲଢ଼ିବାକୁ ବାରଣ କରାଯିବ ବୋଲି ନିୟମ ପ୍ରଣୟନ କରିବାକୁ ଦାବି କରାଯାଇଛି। ଏଥିସହିତ ‘କାଳ୍ପନିକ ପ୍ରାର୍ଥୀ’ ଭାବେ ନୋଟାର ଉପଯୁକ୍ତ ଓ ଦକ୍ଷ ରିପୋର୍ଟିଂ ଓ ପ୍ରଚାରକୁ ସୁନିଶ୍ଚିତ କରିବା ପାଇଁ ନିୟମ ପ୍ରଣୟନ କରିବାକୁ ଅନୁରୋଧ କରାଯାଇଛି।

ଖେଡ଼ାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣ କହିଛନ୍ତି ଯେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବା ସହ ଅନ୍ୟ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିଥିବାରୁ ବିନା ନିର୍ବାଚନରେ ବିଜେପିର ସୁରତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। କିନ୍ତୁ ଯଦି କେବଳ ଜଣେ ପ୍ରାର୍ଥୀ ଅଛନ୍ତି, ତେବେ ମଧ୍ୟ ନିର୍ବାଚନ ହେବା ଉଚିତ କାରଣ ଭୋଟରଙ୍କ ପାଖରେ ନୋଟା ବିକଳ୍ପ ରହିଛି। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନରେ ନୋଟାର ବିକଳ୍ପ ହେଉଛି ଆମ ନିର୍ବାଚନ ବ୍ୟବସ୍ଥାରେ ଭୋଟରଙ୍କ ପାଖରେ ଥିବା ‘ପ୍ରତ୍ୟାଖ୍ୟାନ ଅଧିକାର’ର ଫଳ। ଆବେଦନକାରୀ କହିଛନ୍ତି ଯେ, ନୋଟାର ଉଦ୍ଦେଶ୍ୟ ହେଉଛି ଭଲ ପ୍ରାର୍ଥୀ ଦେବା ପାଇଁ ରାଜନୈତିକ ଦଳଗୁଡ଼ିକ ଉପରେ ଚାପ ପକାଇବା। ଗୋଟିଏ ନିର୍ବାଚନ ମଣ୍ଡଳୀର ପ୍ରାୟ ସମସ୍ତ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ବିଚାରାଧୀନ ଥିବାର ଉଦାହରଣ ଏବେ ବି ଦେଖିବାକୁ ମିଳୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button