ଖେଳ ଖବର

ରୋହିତଙ୍କ ଗୋଟିଏ କଲ୍‌ ଦ୍ରାବିଡ଼ଙ୍କୁ ଇତିହାସର ଅଂଶ କରିପାରିଛି – Kalinga News

[ad_1]

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କିନ୍ତୁ ଅଧିନାୟକ ରୋହିତ ଶର୍ମା ତାଙ୍କୁ ପଦ ବଜାୟ ରଖିବାକୁ ଅନୁରୋଧ କରିବାରୁ ପରବର୍ତ୍ତୀ ସମୟରେ ତାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା। ଦ୍ରାବିଡ଼ଙ୍କ ପ୍ରଶିକ୍ଷଣ ଓ ରୋହିତଙ୍କ ନେତୃତ୍ବରେ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ହୋଇପାରିଛି। ଯଦି ସେଦିନ ରୋହିତଙ୍କ ଫୋନ୍‌ କଲ୍‌ ନ ଆସିଥା’ନ୍ତା, ତାହେଲେ ସେ ଏହି ଇତିହାସର ଅଂଶ ହୋଇପାରି ନଥାନ୍ତେ ବୋଲି ଦ୍ରାବିଡ଼ ତାଙ୍କ ବିଦାୟକାଳୀନ ଭାଷଣରେ କହିଛନ୍ତି। ସେହି ଫୋନ୍‌ କଲ୍‌ ଓ ପଦ ଜାରି ରଖିବା ପାଇଁ କହିଥିବାରୁ ରୋହିତଙ୍କୁ ରାହୁଲ ଧନ୍ୟବାଦ ଜଣାଇଛନ୍ତି।

ଦ୍ରାବିଡ କହିଛନ୍ତି, ସମସ୍ତଙ୍କ ସହିତ କାମ କରିବା ମୋ ପାଇଁ ସୌଭାଗ୍ୟ ଓ ଆନନ୍ଦର ବିଷୟ। ଏବେ ପ୍ରତ୍ୟେକ ବ୍ୟକ୍ତି ଏହି ମୁହୂର୍ତ୍ତକୁ ମନେ ରଖିବେ। ଆମେ ଯେମିତି ସବୁବେଳେ କହିଥାଉ, ରନ୍, ୱିକେଟ୍‌ କିମ୍ବା କ୍ୟାରିୟରକୁ କେହି ମନେ ରଖିବେନି। ତେଣୁ ଏହି ମୁହୂର୍ତ୍ତକୁ ସବୁବେଳେ ଉପଭୋଗ କରନ୍ତୁ ବୋଲି ରାହୁଲ କହିଛନ୍ତି। ଏହି ଯାତ୍ରା ପଛରେ ଅନେକ ବଳିଦାନ ରହିଛି। ସମସ୍ତଙ୍କ ଅଭିଭାବକ, ପତ୍ନୀ, ପିଲାମାନେ, ଭାଇ, ପ୍ରଶିକ୍ଷକଙ୍କ ସହ ଅନେକ ଲୋକମାନେ ତୁମକୁ ଏତେ ବାଟ ଆସିବା ପାଇଁ କୌଣସି ନା କୌଣସି କ୍ଷେତ୍ରରେ ବଳିଦାନ ଦେଇ ଆସିଛନ୍ତି। ସବୁବେଳେ ସେହି ବଳିଦାନକୁ ମନେରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଶେଷରେ ଏଭଳି ଏକ ମହାନ ଦଳ ପଛରେ ବିସିସିଆଇ ଭଳି ଏକ ସଫଳ ସଂଗଠନର ହାତ ରହିଛି। ସବୁବେଳେ ବିସିସିଆଇର ପଦକ୍ଷେପକୁ ଆମେ ସମ୍ମାନ ଦେବା ଓ ଯେଉଁମାନେ ଏହି ଦଳକୁ ଗଢ଼ିବାରେ ସହଯୋଗ କରିଛନ୍ତି ସେମାନଙ୍କୁ ସବୁବେଳେ ସମ୍ମାନ ଜଣାଇବା ଉଚିତ ବୋଲି କହି ‌ସେ ତାଙ୍କ ବିଦାୟୀ ବକ୍ତବ୍ୟ ଶେଷ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button