ଖେଳ ଖବର

BCCIର ବଡ଼ ନିଷ୍ପତ୍ତି, ହଟିଲା ‘ଇମ୍ପାକ୍ଟ ପ୍ଲେୟାର’ ନିୟମ

କ୍ରିକେଟର ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଲା ବିସିସିଆଇ । ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରୁ ହଟିଲା ଇମ୍ପାକ୍ଟ ପ୍ଲେୟାର ନିୟମ । ତେବେ ଏହି ନିୟମ ଆଇପିଏଲରେ ଲାଗୁ ରହିବ । ଆଇପିଏଲର ଆଗାମୀ ତିନି ସିଜିନ୍ ପାଇଁ ଏହି ଇମ୍ପାକ୍ଟ ପ୍ଲେୟାର ନିୟମ ବଳବତ୍ତର ରହିବ । କିଛି ବର୍ଷ ପୂର୍ବେ ବିସିସିଆଇ ଏହି ଇମ୍ପାକ୍ଟ ପ୍ଲେୟାର ନିୟମ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଲାଗୁ କରିଥିଲା ଏବଂ ପରେ ଏହାକୁ ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଧ୍ୟ କାର୍ଯ୍ୟକାରୀ କରିଥିଲା ।

ତେବେ ଚଳିତ ସିଜିନ ପାଇଁ ‘ଇମ୍ପାକ୍ଟ ପ୍ଲେୟାର’ ବ୍ୟବସ୍ଥାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିସିସିଆଇ ସୋମବାର ରାଜ୍ୟ କ୍ରିକେଟ ଆସୋସିଏସନକୁ ସୂଚନା ଦେଇଛି ।

ଲାଗୁ ହେବା ପରେ ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା । ଏହି ନିୟମ ପ୍ରକୃତରେ ଭାରତୀୟ କ୍ରିକେଟ୍ ପାଇଁ ଲାଭଦାୟକ କି ? ଏହି ନିୟମ ଦ୍ବାରା ଅଲରାଉଣ୍ଡର ବିକାଶକୁ କ୍ଷତି ପହଞ୍ଚାଉଛି ବୋଲି ଅନେକ ଯୁକ୍ତି ବାଢ଼ିଥିଲେ ।

ରୋହିତ ଶର୍ମା-ବିରାଟ କୋହଲିଙ୍କ ଭଳି ହାଇ-ପ୍ରୋଫାଇଲ ଖେଳାଳି ଏହି ନିୟମକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ସେମାନେ କହିଥିଲେ କହି ଏହି ନିୟମ ଲାଗୁ ହେବା ଦ୍ବାରା ଅଲରାଉଣ୍ଡର ଡେଭଲପମେଣ୍ଟରେ କ୍ଷତି ପହଞ୍ଚାଉଛି । ଅନ୍ୟପକ୍ଷରେ ରବିଚନ୍ଦ୍ରନ ଅଶ୍ୱିନ ଏହି ନିୟମକୁ ଖୋଲାଖୋଲି ପ୍ରଶଂସା କରିଥିଲେ ।

ରୋହିତ ସେତେବେଳେ ଏକ ପୋଡକାଷ୍ଟରେ କହିଥିଲେ – ମୁଁ ଭାବୁଛି ଏହି ନିୟମ ଅଲରାଉଣ୍ଡରଙ୍କ ବିକାଶରେ ବାଧା ସୃଷ୍ଟି କରିବ । କାରଣ କ୍ରିକେଟରେ ୧୧ ଖେଳାଳି ଖେଳନ୍ତି, ୧୨ ଜଣ ନୁହଁନ୍ତି । ମୁଁ ଇମ୍ପାକ୍ଟ ପ୍ଲେୟାର ନିୟମର ବଡ଼ ପ୍ରଶଂସକ ନୁହେଁ ବୋଲି ରୋହିତ କହିଥିଲେ ।

ତେବେ ଚଳିତ ବର୍ଷ ମେ’ ମାସରେ ବିସିସିଆଇ ସଚିବ ଜୟ ଶାହା ଏହି ନିୟମକୁ ଆଇପିଏଲରେ ପରୀକ୍ଷାମୂଳକ ଭାବେ ଲାଗୁ ହୋଇଛି ବୋଲି କହିଥିଲେ ଏବଂ ଏହା ସ୍ଥାୟୀ ନୁହେଁ ବୋଲି ସେ କହିଥଲେ ।

କ’ଣ ଏହି ଇମ୍ପାକ୍ଟ ପ୍ଲେୟାର ନିୟମ ?

‘ଇମ୍ପାକ୍ଟ ପ୍ଲେୟାର ନିୟମ’ ଆଇପିଏଲ୍ ୨୦୨୩ରେ ଲାଗୁ କରାଯାଇଥିଲା, କିନ୍ତୁ ଏହାପୂର୍ବରୁ ଏହି ନିୟମ ସୟଦ ମୁସ୍ତାକ୍ ଅଲି ଟ୍ରଫି ୨୦୨୨-୨୩ (SMAT 2022-23) ରେ କାର୍ଯ୍ୟକାରୀ କରାଯାଇଥିଲା । ଏହା ପରେ ଆଇପିଏଲରେ ଏହି ନିୟମ ଲାଗୁ କରାଯାଇଥିଲା । ଆଇପିଏଲରେ ଥିବା ‘ଇମ୍ପାକ୍ଟ ପ୍ଲେୟାର ନିୟମ’ ଅନୁଯାୟୀ, ଏକାଦଶ ଖେଳିବା ବ୍ୟତୀତ ଉଭୟ ଦଳକୁ ୫-୫ ଜଣ ଖେଳାଳିଙ୍କ ନାମ ଦେବାକୁ ପଡିବ । ଏହି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିପାରିବେ । ଇମ୍ପାକ୍ଟ ପ୍ଲେୟାର ଉଭୟ ବ୍ୟାଟିଂ ଏବଂ ବୋଲିଂ କରିପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button