ଟମ୍ ଲଥାମଙ୍କ ୧୦,୦୦୦ ରନ୍ – Kalinga News

[ad_1]
ଖ୍ରୀଷ୍ଟଚର୍ଚ୍ଚ: ସ୍ଥାନୀୟ ହଗ୍ଲେ ଓଭାଲରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିବସରେ ନ୍ୟୁଜିଲାଣ୍ଡ୍ ବ୍ୟାଟର୍ ଟମ୍ ଲଥାମ୍ ଅପରାଜିତ ୬୫ ରନ୍ ପାଳି ଅବସରରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୦,୦୦୦ ରନ୍ ଅତିକ୍ରମ କରିଛନ୍ତି। ଏହି ଟେଷ୍ଟ୍ ଖେଳିବାକୁ ଆସିବା ପୂର୍ବରୁ ଲଥାମ୍ଙ୍କ ମୋଟ ଅନ୍ତର୍ଜାତୀୟ ରନ୍ ଥିଲା ୯,୯୨୨। ପ୍ରଥମ ପାଳିରେ ୩୮ ରନ୍ କରିଥିବା ଲଥାମ ଏବେ ଅବଶିଷ୍ଟ ରନ୍କୁ ଯୋଡ଼ି ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଛନ୍ତି। ଅଷ୍ଟମ ନ୍ୟୁଜିଲାଣ୍ଡ୍ ଖେଳାଳି ଭାବେ ସେ ଏହି କ୍ଲବ୍ରେ ସାମିଲ ହୋଇଛନ୍ତି। ଲଥାମଙ୍କ ପାଳି ସହିତ ନ୍ୟୁଜିଲାଣ୍ଡ୍ ମଧ୍ୟ ଏହି ଟେଷ୍ଟ୍ରେ ପ୍ରତ୍ୟାବର୍ତନ କରିଛି। ଘରୋଇ ଦଳ ପ୍ରଥମ ପାଳିରେ ୧୬୨ ରନ୍ କରିଥିବାବେଳେ ଅଷ୍ଟ୍ରେଲିଆ ୨୫୬ ରନ୍ କରି ୯୪ ରନ୍ର ଅଗ୍ରଣୀ ନେଇଛି। ମ୍ୟାଟ୍ ହେନରି (୨୩-୪-୬୭-୭) ଙ୍କ ଘାତକ ବୋଲିଂ କାରଣରୁ ଅଷ୍ଟ୍ରେଲିଆ ବଡ଼ ଅଗ୍ରଣୀ ନେଇ ପାରିନଥିଲା। ଦ୍ବିତୀୟ ଦିନ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ୍ ୨ ୱିକେଟ୍ରେ ୧୩୪ ରନ୍ ସଂଗ୍ରହ କରି ୪୦ ରନ୍ରେ ଆଗୁଆ ରହିଛି। ଟମ୍ ଲଥାମ (୬୫*) ଏବଂ କେନ୍ ୱିଲିୟମସନ୍ (୫୧) ଶନିବାର ୧୦୫ ରନ୍ର ଭାଗୀଦାରି କରି ଦଳକୁ ସୁଯୋଗ ଦେଇଛନ୍ତି।
[ad_2]




