ଅପରାଧ

ସାଇବର ଠକଙ୍କ ପୁଲିସ ଅବତାର: କେବେ ସିବିଆଇ ତ କେବେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ – Kalinga News

[ad_1]

ଭିଡିଓ କଲ୍‌ କରି ବ୍ଲାକ୍‌ମେଲ୍‌ କରୁଛନ୍ତି

ଭୁବନେଶ୍ବର,: ପୂର୍ବରୁ ଫୋନ୍‌ରେ ସିବିଆଇ, କ୍ରାଇମ୍‌ବ୍ରାଞ୍ଚ କିମ୍ବା ପୁଲିସ ପରିଚୟ ଦେଇ ସାଇବର ଠକମାନେ ବ୍ଲାକ୍‌ମେଲ୍‌ କରି ଲୁଟୁଥିଲେ। କିନ୍ତୁ ସେହି ପୁରୁଣା ତରିକା ଆଉ ବେଶି କାମ ନ ଦେବାରୁ ଏବେ ସାଇବର ଠକମାନେ ସିଧାସଳଖ ପୁଲିସ ଅବତାର ଧାରଣ କରୁଛନ୍ତି। କେବେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ତ କେବେ ସିବିଆଇ ଅଧିକାରୀ ବେଶରେ ଭିଡିଓ କଲ୍‌ କରି ବ୍ଲାକ୍‌ମେଲ୍‌ କରୁଛନ୍ତି। ମନିଲଣ୍ଡରିଂ ମାମଲା କିମ୍ବା ନିଶାଦ୍ରବ୍ୟ ଭର୍ତ୍ତି ପାର୍ସଲ ସିଜ୍ ହୋଇଥିବା ଧମକ ଦେଇ ବ୍ଲାକ୍‌ମେଲ୍ କରୁଛନ୍ତି। ପୁଲିସ ଅଧିକାରୀଙ୍କ ଭିଡିଓ କଲ୍‌ରେ ସାଧାରଣ ଲୋକ ଭୟଭୀତ ହେବା ମଉକାରେ ସାଇବର ଠକମାନେ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଏମିତି ବହୁ ମାମଲା ଏବେ ସାଇବର ଥାନାରେ ଗଦା ହେଲାଣି। ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, କେରଳ, ହରିଆଣା ଓ ପଶ୍ଚିମବଙ୍ଗରେ ବସି ଓଡ଼ିଶାରେ ଏଭଳି ଅପରେସନ୍ ଚଳାଇଥିବା ଗ୍ୟାଙ୍ଗ୍‌ ସାଇବର ଥାନା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।

ବେଙ୍ଗାଲୁରୁସ୍ଥିତ ଏକ ଆଇଟି ଫାର୍ମରେ କାମ କରୁଥିବା ଗଞ୍ଜାମର ବିକ୍ରମ ଗୌଡ଼ଙ୍କୁ ଏମିତି ଢଙ୍ଗରେ ଶିକାର ବନେଇଛନ୍ତି ସାଇବର ଠକ। ବିକ୍ରମଙ୍କ ଅଭିଯୋଗ ଅନୁସାରେ ଗତ ସପ୍ତାହ‌ରେ ତାଙ୍କୁ ମୁମ୍ବାଇରୁ ଏକ ଭିଡିଓ କଲ୍‌ ଆସିଥିଲା। ପୁଲିସ ଅଧିକାରୀ ବେଶରେ ଥିବା ବ୍ୟକ୍ତିଜଣକ ଥାନେ ପୁଲିସ ବୋଲି ପରିଚୟ ଦେଇଥିଲା ଏବଂ ଏକ ମନିଲଣ୍ଡରିଂ ମାମଲାରେ ତାଙ୍କ ଫୋନ୍‌ ନମ୍ବର ବ୍ୟବହାର ହୋଇଛି ବୋଲି କହିଥିଲା। ବିକ୍ରମ ଆଶ୍ଚର୍ଯ୍ୟ ହୋଇ ଏଭଳି କେମିତି ହେଲା ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ନକଲି ପୁଲିସ ଅଧିକାରୀ ତାଙ୍କୁ କେସ୍‌ ଧମକ ଦେଇଥିଲା ଏବଂ କେସ୍‌ରୁ ମୁକୁଳିବାକୁ ହେଲେ ଯାଞ୍ଚ ପାଇଁ ତାଙ୍କ ଆକାଉଣ୍ଟର ଡିଟେଲ୍‌ସ ଦେବାକୁ କହି ଏକ ଲିଙ୍କ୍‌ ପଠାଇଥିଲା। ବିକ୍ରମ ଭୟରେ ତାଙ୍କ ଆକାଉଣ୍ଟ ଡିଟେଲ୍‌ସ ଦେଇଥିଲେ। ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ଟଙ୍କା କଟିଯାଇଥିଲା। କିଛି ସମୟ ପରେ କେସ୍‌ର ଷ୍ଟାଟସ୍‌ ବୁଝିବାକୁ ବିକ୍ରମ ଉକ୍ତ ଫୋନ୍‌ ନମ୍ବରକୁ କଲ୍‌ କରିଥିଲେ। କିନ୍ତୁ ଉକ୍ତ ଫୋନ୍‌ ନମ୍ବର ସୁଇଚ୍‌ ଅଫ୍ ହୋଇଯାଇଥିଲା। ଏନେଇ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସେହିପରି ଭୁବନେଶ୍ବରର ସନତ ମହାନ୍ତିଙ୍କୁ ଜଣେ ଠକ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇ ଭିଡିଓ କଲ୍‌ କରିଥିଲା। ତାଙ୍କ ନାଁରେ ନିଶାଦ୍ରବ୍ୟ ଭର୍ତ୍ତି ଏକ ପାର୍ସଲ୍ ସିଜ୍‌ ହୋଇଛି ବୋଲି କହି ଧମକ ଦେଇଥିଲା। ୫ ଲକ୍ଷ ଟଙ୍କା ଦେଲେ, ତାଙ୍କୁ କେସ୍‌ରୁ ମୁକୁଳାଇ ଦିଆଯିବ ବୋଲି ନକଲି ସିବିଆଇ ଅଧିକାରୀ କହିଥିଲା। କିନ୍ତୁ ସନତ ପାଲଟା ଧମକ ଦେଇଥିଲେ। ଏହାପରେ ସିବିଆଇ ଅଧିକାରୀ ବେଶରେ ଥିବା ସାଇବର ଠକର ଫୋନ୍‌ ବନ୍ଦ ହୋଇଯାଇଥିଲା। ଭୁବନେଶ୍ବର ସାଇବର ଥାନା ଅଧିକାରୀଙ୍କ କହିବା କଥା ମାସକୁ ଏ ଧରଣର ମାମଲା ୧୫ରୁ ଅଧିକ ଆସୁଛି। ସନତଙ୍କ ଭଳି ସତର୍କ ବ୍ୟକ୍ତି ବର୍ତ୍ତି ଯାଉଛନ୍ତି, କିନ୍ତୁ ବହୁ ଲୋକ ଭିଡିଓରେ ପୁଲିସ ପୋଷାକ ଦେଖି ଭୟ କରୁଛନ୍ତି ଏବଂ ସେମାନଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button