ଦେଶ- ବିଦେଶ
ଟୋଲ ଦେବେ ଟୁ ହ୍ୱିଲର- ଫେକ୍ ନ୍ୟୁଜ୍

ଦୁଇ ଚକିଆ ଯାନ ବି ଟୋଲ୍ ଟାକ୍ସ ଦେବେ। ଏଭଳି ଭ୍ରମିତ ଖବର ବିଭିନ୍ନ ନ୍ୟୁଜରେ ଚାଲିଛି। ଜାତୀୟ ରାଜପଥରେ ଗଲେ ଜୁଲାଇ ୧୫ରୁ ଏହାକୁ ଲାଗୁ ହେବ ବୋଲି କହିଥିଲେ ଅନେକ ନ୍ୟୁଜ ଏଜେନ୍ସି। ଏନଏଚଏଆଇ ପକ୍ଷରୁ ନୂଆ ନିୟମ ଲାଗୁ କହି ଚାରିଆଡ଼େ ଖବରକୁ ଚର୍ଚ୍ଚିତ କରିଥିଲେ। ତେବେ ଏନଏଚଏଆଇ ଏ ଖବରକୁ ଖଣ୍ଡନ କରିଛି। ବିନା ସତ ଜାଣି ଭ୍ରମିତ ଖବର ପ୍ରସାର କରି ଲୋକଙ୍କ ଭିତରେ ଏଭଳି ହଲଚଲ ଖେଳାଇବା ସାମ୍ୱାଦିକତା ବୃତ୍ତିର ଲକ୍ଷଣ ନୁହେଁ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି। ଏହାର ନିନ୍ଦା କରିଛନ୍ତି ଗଡ଼କରୀ। ଏମିତି କୌଣସି ନିଷ୍ପତ୍ତି ପ୍ରସ୍ତାବରେ ହିଁ ନାହିଁ। ଦୁଇ ଚକିଆ ଯାନ କୌଣସି ଟୋଲ ଟିକସ ଦେବେନି। ପୂର୍ବଭଳି ଯେମିତି ଟୋଲରେ ଯାଉଥିଲେ ଆଉ କୌଣସି ଦେୟ ଦେବାକୁ ପଡ଼ୁନଥିଲା, ତାହା ବଳବତ୍ତର ରହିଛି।





