ଅପରାଧ

ବାଇକ୍‌ରେ ଅଶ୍ଳୀଳ କାର୍ଯ୍ୟ କରୁଥିବା ଯୁବକ-ଯୁବତୀ ଗିରଫ, ବାଇକ୍‌ ଜବତ – Kalinga News

[ad_1]

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆ‌ରେ ଆଜିକାଲି ବିଭିନ୍ନ ପ୍ରକାରର ଭିିଡିଓ ଦେଖିବାକୁ ମିଳୁଛି। ବାଇକ୍‌ ଉପରେ ଏକ ପ୍ରେମୀ ଯୁଗଳ ଅଶ୍ଳୀଳ କାର୍ଯ୍ୟ କରୁଥିବାର ଭିଡିଓ ଭାଇରାଲ୍‌ ହେବା ପରେ ସେ ଦୁହିଁଙ୍କୁ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ଉଭୟ ଯୁବକ ଓ ଯୁବତୀଙ୍କୁ ଗିରଫ କରିବା ସହ ସେମାନେ ଯାତ୍ରା କରୁଥିବା ବାଇକ୍‌ଟିକୁ ବି ଜବତ କରିଛି। ଦୁଇ ଅଭିଯୁକ୍ତଙ୍କୁ ଏବେ କୋର୍ଟ ଫରୱାର୍ଡ କରାଯିବ।

ଘଟଣାଟି ହେଉଛି, ସୋସିଆଲ୍‌ ମିଡିଆରେ ୧ ମିନିଟ୍‌ ୧୪ ସେକେଣ୍ଡ୍‌ର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଭିଡିଓରେ ଯୁବକ ଜଣକ ସଡ଼କ ଉପରେ ଦ୍ରୁତ ଗତିରେ ଗାଡ଼ି ଚଲାଉଛନ୍ତି। ସେହି ବାଇକ୍‌ର ପେଟ୍ରୋଲ୍‌ ଟାଙ୍କି ଉପରେ ବସି ଯୁବତୀ ଜଣକ ଅଶ୍ଳୀଳ କାର୍ଯ୍ୟ କରୁଥିବାର ନଜର ଆସିଛନ୍ତି।

ଏହି ଭିଡିଓକୁ ବାଇକ୍‌ ପଛରେ ଯାଉଥିବା ଅନ୍ୟ ଏକ ବାହନର ଜଣେ ଚାଳକ ତାଙ୍କ ମୋବାଇଲ୍‌ରେ ସୁଟ୍‌ କରିଛନ୍ତି। ଅନ୍ୟ ଚାଳକ ଜଣକ ନିଜ ମୋବାଇଲ୍‌ କ୍ୟ‌ାମେରାରେ ଯୁବକ ଓ ଯୁବତୀଙ୍କ ରୋମାନ୍ସକୁ ରେକର୍ଡ କରି ତାହାକୁ ସୋସିଆଲ୍‌ ମିଡିଆରେ ଛାଡ଼ିଦେଲେ। ଯାହାକି ତୁରନ୍ତ ଭାଇରାଲ୍‌ ହୋଇଗଲା।

ପୁଲିସ୍‌ ଅଧିକ୍ଷକଙ୍କ କହିବାନୁଯାୟୀ ବାଇକ୍‌ ନମ୍ବର ଆଧାରରେ ଦୁଇ ଜଣଙ୍କୁ ଖୋଜି ବାହାର କରାଯାଇଛି। ଯୁବକ ଜଣକ ନଗର ପାଳିକା କୈଥୁନ ନିବାସୀ ମହମ୍ମଦ ୱାସିମଙ୍କ ପୁଅ କରିମ ମହମ୍ମଦ (୨୫) ହୋଇଥିବା ବେଳେ ଯୁବତୀ ଜଣକ ହେଉଛନ୍ତି ରିଜବାନାଙ୍କ ଝିଅ। ଜାଣିବାକୁ ମିଳିଛି କି ଦୁହେଁ ‘ଲିଭ୍‌-ଇନ୍‌-ରିଲେସନସିପ୍‌’ରେ ରୁହନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button