ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲି ଏନକାଉଣ୍ଟର ମାମଲାର ମୁଖ୍ୟ ସାକ୍ଷୀ ଦିବ୍ୟା ପାହୁଜାଙ୍କୁ ହତ୍ୟା – Kalinga News

[ad_1]
ଗୁରୁଗ୍ରାମ: ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲି ଏନକାଉଣ୍ଟର ମାମଲାର ମୁଖ୍ୟ ସାକ୍ଷୀ ଦିବ୍ୟା ପାହୁଜାଙ୍କୁ ହତ୍ୟା। ହୋଟେଲରେ ହତ୍ୟା କରିବା ପରେ ବିଏମଡବ୍ଲୁରେ ମୃତଦେହ ନେଇ ଫେରାର ହେଲେ ଅଭିଯୁକ୍ତ। ମୃତକ ପେସାରେ ଜଣେ ମଡେଲ ଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣା ବିଷୟରେ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
କୁହାଯାଉଛି ଯେ, ମଡେଲ ଦିବ୍ୟା ଗୁରୁଗ୍ରାମର ବଲଦେବ ନଗରର ବାସିନ୍ଦା ଥିଲେ। ଅଭିଯୋଗ ହୋଇଛି ଯେ ହୋଟେଲ ମାଲିକ ଅଭିଜିତ୍ ସିଂହ ତାଙ୍କ ସହଯୋଗୀଙ୍କ ସହ ଦିବ୍ୟାଙ୍କ ହତ୍ୟା କରିଥିଲେ। ଏହା ପରେ ଶବକୁ ଫିଙ୍ଗିବା ପାଇଁ ସେ ତାଙ୍କ ସହଯୋଗୀଙ୍କୁ ୧୦ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ମିଳିବା ପରେ ହତ୍ୟାକାରୀ ଅଭିଜିତଙ୍କ ଦୁଇ ସହଯୋଗୀ ଦିବ୍ୟାଙ୍କ ମୃତଦେହକୁ ଅଭିଜିତଙ୍କ ନୀଳ ରଙ୍ଗର ବିଏମଡବ୍ଲୁ କାରର ଡିକିରେ ରଖି ହୋଟେଲରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଏବେ ପୁଲିସ ହାତରେ ଲାଗିଛି।
ଘଟଣାଟି ଜାନୁଆରି ୨ତାରିଖ ରାତି ୧୦.୪୪ରେ ଘଟିଥିବା ଜଣାପଡ଼ିଛି। ହତ୍ୟା ପରେ ଅଭିଯୁକ୍ତମାନେ ଏକ ଚାଦର ସାହାଯ୍ୟରେ ମୃତଦେହକୁ ହୋଟେଲ ବାହାରକୁ ନେଇଥିବା ସିସିଟିଭି ଭିଡିଓରେ ଦେଖାଯାଇଛି। ଦିବ୍ୟାଙ୍କ ହତ୍ୟା ପରେ ପରିବାର ଲୋକେ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲିର ଭଉଣୀ ଓ ଭାଇ ଉପରେ ହତ୍ୟା ଆରୋପ ଲଗାଇଛନ୍ତି। ଏତଲା ରଖି ଏବେ ତଦନ୍ତ ଆରମ୍ଭ କରିଛି ପୁଲିସ।
[ad_2]