ଦେଶ- ବିଦେଶ

ମହାକାଶରୁ ଶୁଭାଂଶୁ ଶୁକ୍ଲାଙ୍କ ପ୍ରଥମ ମେସେଜ୍

ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ମହାକାଶରୁ ପୃଥିବୀକୁ ଦେଇଛନ୍ତି ପ୍ରଥମ ବାର୍ତ୍ତ। ସେ କହିଛନ୍ତି ‘ଆପଣ ସମସ୍ତଙ୍କୁ ମହାକାଶରୁ ନମସ୍କାର। ମୁଁ ଏଠାରେ ଏକ ଶିଶୁ ଭଳି ସବୁ ଜିନିଷ ଶିଖୁଛି। ଅକ୍ସିଆମ ମିଶନ୍ ୪ ସହ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ଆଡକୁ ଅଗ୍ରସର ହେଉଛନ୍ତି। ଗ୍ରୁପ୍ କ୍ୟାପଟେନ୍ ଶୁକ୍ଲା ସ୍ପେସ୍‌ଏକ୍ସ ଲାଇଭ ଷ୍ଟ୍ରୀମ୍ ବେଳେ କହିଛନ୍ତି, ସମସ୍ତଙ୍କୁ ମୋର ମହାକାଶରୁ ନମସ୍କାର। ଅନ୍ୟ କ୍ରୁ ମେମ୍ବରଙ୍କ ସହ ମହାକାଶ ଯାତ୍ରା ମୋ ପାଇଁ ଖୁବ୍ ରୋମାଞ୍ଚକର। ମହାକାଶକୁ ଯିବାର ଯାତ୍ରା ଖୁବ୍ ‘ଅଦ୍ଭୁତ’। ଏହା ଏକ ଛୋଟ ପଦକ୍ଷେପ, କିନ୍ତୁ ଭାରତର ମାନବ ମହାକାଶ କାର୍ଯ୍ୟକ୍ରମ ଦିଗରେ ଏକ ସ୍ଥିର ଓ ବଡ଼ ପଦକ୍ଷେପ। ମୁଁ ଏବେ ଜିରୋ ଗ୍ରାଭିଟି ବା ଶୂନ୍ୟ ଗୁରୁତ୍ୱାକର୍ଷଣର ଅଭ୍ୟାସ କରୁଛି। ଯେପରି ଜଣେ ଶିଶୁ ଚାଲିବା ଶିଖିଥାଏ କିମ୍ବା ସେ କିପରି ଚାଲିବ ତାହା ଶିଖିବାକୁ ଚେଷ୍ଟା କରିଥାଏ ମୁଁ ଏବେ ସେପରି କରିବାକୁ ଚେଷ୍ଟା କରୁଛି। ଶୁଭାଂଶୁ ଶୁକ୍ଲା ଓ ଅନ୍ୟ ତିନି ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଭାରତୀୟ ସମୟ ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଡକିଂ କରିବେ। ଏହି ଡକିଂ ପକ୍ରିୟା ପରେ ସେମାନେ ମହାକାଶ କେନ୍ଦ୍ରରେ ପ୍ରବେଶ କରିବେ, ଯେଉଁଠାରେ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୈଜ୍ଞାନିକ ପ୍ରୟୋଗ ଓ ଟେକ୍ନୋଲୋଜିର ପରୀକ୍ଷଣ କରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button