ଅପରାଧ

ଭିକ ମାଗି କୋଟିପତି ବନିଥିବା ମହିଳାଙ୍କୁ ଗିରଫ କଲା ପୁଲିସ୍‌ – Kalinga News

[ad_1]

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ଭିକ ମାଗି କୋଟିପତି ପାଲଟିଛନ୍ତି। ଭିକ ମାଗିବା ଅଭିଯୋଗରେ ମହିଳା ଜଣକୁ ପୁଲିସ ଗିରଫ କରିଛି। ପୁଲିସକୁ ମହିଳା ଦେଇଥିବା ସୂଚନା ଅନୁସାରେ ୬ ସପ୍ତାହରେ ମହିଳାଜଣକ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ମାସିକ ରୋଜଗାର ପ୍ରାୟ ଲକ୍ଷେ ୬୦ ହଜାର ଟଙ୍କା। ମହିଳାଙ୍କ ନାମ ହେଉଛି ଇନ୍ଦ୍ରା ବାଇ। ଇନ୍ଦ୍ରାଙ୍କର ୫ଟି ପିଲା ଅଛନ୍ତି। ଇନ୍ଦ୍ରା ପିଲାମାନଙ୍କୁ ଇନ୍ଦୋରରେ ଭିକ ମଗାଇବା କାର୍ୟ୍ୟରେ ନିୟୋଜିତ କରିଛନ୍ତି। ପିଲାମାନଙ୍କୁ ଭିକ ମଗାଇ ସେ ଦୁଇ ମହଲା ଘର ବି ତିଆରି କରିଥିବା ସୂଚନା ରହିଛି। ଜମି ବି କିଣିଛନ୍ତି। ଏହାସହ ଅନ୍ୟାନ୍ୟ ଡିଜିଟାଲ ସାମଗ୍ରୀ ରହିଛି ତାଙ୍କ ଘରେ।

ସୂଚନା ମୁତାବକ, ଇନ୍ଦ୍ରାଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। କାରଣ ଇନ୍ଦ୍ରାଙ୍କ ୫ ଜଣ ପିଲାଙ୍କ ମଧ୍ୟରୁ ବଡ଼ ପିଲାର ବୟସ ୧୦ ବର୍ଷ ହୋଇଥିବା ବେଳେ ଅନ୍ୟ ୪ ପିଲାଙ୍କର ବୟସ ଯଥାକ୍ରମେ ୮ ବର୍ଷ, ୭ ବର୍ଷ, ୩ ବର୍ଷ ଏବଂ ୨ ବର୍ଷ। ପୁଲିସ ସୂଚନା ଅନୁଯାୟୀ, ପିଲାମାନଙ୍କୁ ଇନ୍ଦୋରର ଲବ କୁଶ ଛକରେ ଭିକ ମାଗିବା ଲାଗି ନିୟୋଜିତ କରିଥିଲେ ଇନ୍ଦ୍ରା।

ସେଠାରୁ ଇନ୍ଦୋରର ମହାକାଳ ମନ୍ଦିରକୁ ରାସ୍ତା ଯାଇଛି। ଗତ ୯ ତାରିଖରେ ଇନ୍ଦ୍ରା ତାଙ୍କ ୭ ବର୍ଷର ଝିଅ ସହିତ ଭିକ ମାଗିବା ସମୟରେ ପୁଲିସ ହାତରେ ଧରା ପଡ଼ିଥିଲେ। ସେହି ସମୟରେ ତା’ର ସ୍ୱାମୀ ଓ ଦୁଇ ପିଲା ଖସି ପଳାଇଥିଲେ। ପୁଲିସ ମହିଳାଙ୍କ ନିକଟରୁ ୧୯ ହଜାର ଟଙ୍କା ଏବଂ ଝିଅ ନିକଟରୁ ୬୦୦ ଟଙ୍କା ଜବତ କରିଥିଲା। ଇନ୍ଦ୍ରା କହିଛନ୍ତି ଯେ ଗିରଫ ହେବାର ୪୫ ଦିନ ପୂର୍ବରୁ ସେ ୨.୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button