ଦେଶ- ବିଦେଶ

ରାସନକାର୍ଡଧାରୀଙ୍କ ପାଇଁ ଖୁସି ଖବର ! ଏବେ କାର୍ଡରେ ପାଇବେ ଏହି ନୂଆ ଜିନିଷ

ରାସନକାର୍ଡ ଧାରୀଙ୍କ ପାଇଁ ଆସିଲା ଖୁସି ଖବର ! ରାଜ୍ୟରେ ଗରିବ ମାନଙ୍କର କଲ୍ଯାଣକୁ ଦ୍ରୁଷ୍ଟିରେ ରଖିବା ସହ ମଝିରେ ମଝିରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଉଛନ୍ତି । ଏହି କ୍ରମରେ ଅନ୍ତୋଦୟ ରାସନକାର୍ଡଧାରୀ ମାନେ ଏଥିରୁ ଅନେକ ଲାଭ ପାଇବା ପାଇଁ ଯାଉଛନ୍ତି । ଦାରିଦ୍ର ସୀମା ରେଖା ତଳେ ଥିବା ପରିବାରଙ୍କ ପାଇଁ ମୋଦୀ ସରକାର ଅନ୍ତୋଦୟ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନା ଅଧୀନରେ ପ୍ରତି ମାସରେ ସବସିଡି 35 କିଲୋଗ୍ରାମ ରାସନ ଯୋଗାଇ ଦିଆଯାଉଛି ।

ଏହି ସୁବିଧାରେ ଗହମ, ଚାଉଳ ସହ ଚିନୀ ମଧ୍ୟ ଯୋଗାଇ ଦିଆଯାଇଥାଏ । ହେଲେ ଏହି ସୁବିଧାରୁ ଅନେକ ଲୋକ ଚିନୀ ନେବାରୁ ବଞ୍ଚିତ ହୋଇଯାଇଥାନ୍ତି । କିଛି ଡିଲର ସରକାର ଚିନୀ ଦେଉନଥିବା କହି ବାହାନା କରି ଲୋକମାନଙ୍କୁ ଚିନୀ ଦେଉନାହାନ୍ତି । ତେଣୁ ଏହି କାରଣରୁ ଅନ୍ତୋଦୟ କାର୍ଡଧାରୀ ମାନେ ଚିନୀ ପାଇପାରୁନାହାନ୍ତି । ସମବାୟର ଏଥିପ୍ରତି ଦ୍ରୁଷ୍ଟି ଆକର୍ଷଣ କରିବା ପରେ ଏହାକୁ ନେଇ ପ୍ରମୁଖ ନିର୍ଦ୍ଧେଶନାମା ଜାରୀ କରାଯାଇଛି ।

ତେବେ ଏକ ରିପୋର୍ଟ ଅନୁଯାଇ ଅନ୍ତୋଦୟ ରାସନ କାର୍ଡଧାରୀ ମାନଙ୍କୁ ଯେତିକି ଚିନୀ ଦିଆଯିବା ଉଚିତ । ବର୍ତ୍ତମାନ ଠାରୁ ରାଜ୍ୟରେ ଅନ୍ତୋଦୟ କାର୍ଡଧାରୀ ମାନେ ସେହି ସବୁ ସୁବିଧା ପାଇପାରିବେ । ଅର୍ଥାତ ଏଥର ରାସନ କାର୍ଡରେ ଲୋକଙ୍କୁ ସରକାରଙ୍କ ତରଫରୁ ଚିନୀ ମିଳିବା ପାଇଁ ଯାଉଛି । ଦେଶରେ ପ୍ରାୟ ଦେଢ କୋଟିରୁ ଅଧିକ ଲୋକଙ୍କ ପାଖରେ ଏହି ଅନ୍ତୋଦୟ ରାସନ କାର୍ଡ ରହିଛି ।

ଏଥିସହ ରାଜ୍ୟର ପ୍ରାୟ 6 ଲକ୍ଷ ଲୋକଙ୍କ ପାଖରେ ଏହି କାର୍ଡ ରହିଛି । ପ୍ରତି ମାସରେ ରାସନକାର୍ଡ ଧାରୀଙ୍କ ପାଇଁ 500 ଗ୍ରାମର ଚିନୀ ଯୋଗାଇ ଦିଆଯାଉଛି । ସମୁଦାୟ 17,235 ଜଣ ଡିଲର ରହିଛନ୍ତି । ତେବେ ସେହି ଡିଲର ମଧ୍ୟରୁ କିଛି ଡିଲର ଚାଉଳ ଦେଇ ଚିନୀ କିନ୍ତୁ ଦେଉ ନାହାନ୍ତି । କିଛି ନା କିଛି କାରଣ କହି ଲୋକଙ୍କୁ ଚିନୀ ନେବାରୁ ବଞ୍ଚିତ କରୁଛନ୍ତି । ବଜାରରେ ଚିନୀର ମୂଲ୍ୟ 40 ରୁ 45 ଟଙ୍କା ରହୁଥିବା ବେଳେ ଅନ୍ତୋଦୟକାର୍ଡଧାରୀ ମାନଙ୍କୁ ସବସିଡି ଉପରେ କିଲୋଗ୍ରାମ ପିଛା 13 ଟଙ୍କା 50 ପଇସାରେ ପ୍ରଦାନ କରାଯିବ । ତେବେ ଏଥର ସବୁ ରାସନକାର୍ଡ ଧାରୀ ମାନେ କାର୍ଡ ଦ୍ଵାରା ଚିନୀ ପାଇପାରିବେ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button