ଜ୍ୟୋତିଷ

କଇଁଛ ଘରେ କିପରି ଏବଂ କେଉଁଠି ରଖିଲେ ଧନର ବର୍ଷା ହୋଇଥାଏ

ବନ୍ଧୁଗଣ ଧର୍ମ ଶାସ୍ତ୍ର ଅନୁଯାୟୀ କଇଁଛକୁ ଘରେ ରଖିବା ବା ତାର ପ୍ରତିମା ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏଉନ ଘରେ କଇଁଛ ରହିଥାଏ ସେଠାରେ ମା ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି । କାରଣ ଭଗବାନ ବିଶୁଣୁଙ୍କ ଅବତାର କଇଁଛ ଅଟେ । ଭଗବାନ ବିଶୁଣୁ କଇଁଛ ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦାରଚଳ ପର୍ବତକୁ ନିଜ ପିଠିରେ ଧାରଣ କରିଥିଲେ ଯାହା ଦ୍ଵାରା ସବୁ ସମସ୍ଯା ଦୂର ହୋଇଥିଲା ।

ଯେଉଁ ଘରେ କଇଁଛ ରହିଥାଏ ସେଠାରେ ଶ୍ରୀ ବିଶୁଣୁଙ୍କ ସହ ମା ଲକ୍ଷ୍ମୀଙ୍କର ଅପାର କୃପା ମିଳିଥାଏ । ଆଜି ଆମେ ଜଣାଇବା କଇଁଛ ବା ତାର ପ୍ରତିମା ଘରେ ରଖିଲେ କେଉଁ ଲାଭ ମିଳିଥାଏ । କୁହାଯାଏ ଘରେ କଇଁଛକୁ ରଖିକି ତାର ଯତ୍ନ ନେଲେ ଘରୁ ଦୁଖ କଷ୍ଟ ଦୂର ହୋଇଥାଏ । କିନ୍ତୁ ସମସ୍ତଙ୍କ ଘରେ କଇଁଛ ରଖିବା ସମ୍ଭବ ଓ ସହଜ ନୁହେଁ । ତେଣୁ ଏହାର ପ୍ରତିମା ରଖିପାରିବେ ଯାହା ଦ୍ଵାରା ସେତିକି ଫଳ ମିଳିଥାଏ ।

ଦୋକାନ, ଅଫିସ ବା ଘରେ କଇଁଛର ପ୍ରତିମା ରଖାଯାଇଥାଏ ଯାହା ବାସ୍ତୁ ଅନୁଯାୟୀ ରଖାଯାଏ । ଏହି କଇଁଛ ବିଭିନ୍ନ ଧାତୁ ଓ ସାଇଜର ହୋଇଥାଏ । କଇଁଛ ରଖିବାର ଦିଗ ହେଉଛି ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ । ତାହା ଅଫିସ, ଦୋକାନ ବା ଘରେ ହେଉ କଇଁଛର ମୁଖ ଉତ୍ତର-ପୂର୍ବ ବ ଐଶାନ୍ୟ କୋଣରେ ରଖିପାରିବେ । କବାଟର ମୁଖ ଯେଉଁ ଦିଗରେ ଥିବ ସେଠାରେ କଇଁଛ ରଖିବା ଅନୁଚିତ ।

କଇଁଛ ରଖୁଥିବା ପାତ୍ରରେ ସବୁଦିନ ପାଣି ଚେଞ୍ଜ କରିବା ଉଚିତ । ଯେଉଁ ପାଣିରେ ରଖିବେ ସେଥିରେ ଗଙ୍ଗା ଜଳ ମିସିଥିବା ଦରକାର । ଯେଉଁ କଇଁଛକୁ ସୟନ କକ୍ଷରେ ରଖିବେ ତାହାକୁ ଶୁଖିଲା ରଖିବା ଉଚିତ । ଏହା ଦ୍ଵାରା ଅନେକ ପ୍ରକାରର ଫାଇଦା ହୋଇଥାଏ । କଇଁଛକୁ ଆଣିବା ପରେ ଦୀପ, ଧୂପ ଦେଇ ରଖିବା ଉଚିତ । ଏବେ ଆସନ୍ତୁ ଜାଣିବା କେଉଁ କଇଁଛର ଧାତୁ କେଉଁ ଫଳ ଦେଇଥାଏ ।

୧- ଯେଉଁ ମାନଙ୍କର ସନ୍ତାନ ହେଉ ନାହି ସେମାନେ ଏମିତି କଇଁଛ ରଖିବେ ଯାହାର ପିଠି ଉପରେ ଛୁଆ କଇଁଛ ବସିଥିବ । ଏହା ସନ୍ତାନ୍ତ ପ୍ରାପ୍ତି ପାଇଁ ଶ୍ରେଷ୍ଠ ଅଟେ ।

୨- ଯେଉଁ ବ୍ୟକ୍ତି ସବୁ ଚେଷ୍ଟା କରି ମଧ୍ୟ ଧନର ସମସ୍ଯା ଲାଗି ରାହୁଥାଏ ସେହି ବ୍ୟକ୍ତି କ୍ରିଷ୍ଟାଲ କଇଁଛ ଓ ଧାତୁର ବଏଲ ରେ ଜଳ ନେଇ ଦୋକାନ, ଅଫିସ ବା ଘରେ ରଖିପାରିବେ । ଏପରି ରଖିବା ଦ୍ଵାରା ଧନର ସମସ୍ଯା ଦୂର ହୁଏ ।

୩- ବ୍ୟବସାୟରେ ବା ଅଫିସରେ କ୍ଷତି ହେଉଥିଲେ ତାହା ଦର କରି ଉନ୍ନତି କରିବା ପାଇଁ ମେଟାଲ କଇଁଛ ଓ ପାତ୍ରରେ ପାଣି ଦେଇ ରଖିବା ଉଚିତ ହୋଇଥାଏ ।

୪- ଯଦି ପ୍ରତିଦିନ କୌଣସି ନା କୌଣସି ରୋଗରେ ରୋଗାଗ୍ରସ୍ତ ହେଉଥାନ୍ତି ତେବେ ଘରେ ମାଟିର କଇଁଛ ରଖିବା ଲାଭଦାୟକ ହୋଇଥାଏ ।

୫- ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ରୂପାର କଇଁଛ ଓ ପାତ୍ର ରଖିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button