ଦେଶ- ବିଦେଶ

ଭାରତ ଛାଡୁଛି ବିଶ୍ବର ସର୍ବାଧିକ ପ୍ଲାଷ୍ଟିକ୍‌ ବର୍ଜ୍ୟ

ପ୍ଲାଷ୍ଟିକ୍ର ବ୍ୟବହାର ଏତେ ବଢ଼ିଯାଇଛି ଯେ ବିଶ୍ବରେ ବାର୍ଷିକ ୫୭ ନିୟୁତ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ଉତ୍ପନ୍ନ ହେଉଛି। ତାହାର ଦୁଇ-ତୃତୀୟାଂଶରୁ ଅଧିକ ପ୍ଲାଷ୍ଟିକ୍ ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଦେଶଗୁଡ଼ିକ ଛାଡୁଥିବା ସ୍ପଷ୍ଟ ହୋଇଛି। ୟୁନାଇଟେଡ୍ କିଂଡମ୍ର ଲିଡ୍ସ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଅନୁଧ୍ୟାନରୁ ଏ ତଥ୍ୟ ମିଳିଛି।

ଏହି ବିପଜ୍ଜନକ ବର୍ଜ୍ୟଗୁଡ଼ିକ ଗଭୀରତମ ସମୁଦ୍ର ଶଯ୍ୟାଠାରୁ ଆରମ୍ଭ କରି ଉଚ୍ଚତମ ପର୍ବତ ଶିଖର, ଏପରିକି ମନୁଷ୍ୟ ଶରୀରର ମସ୍ତିଷ୍କ ଯାଏ ବ୍ୟାପିଯିବା ଚିନ୍ତାର ବିଷୟ ହୋଇଛି। ବିପୁଳ ମାତ୍ରାର ପ୍ଲାଷ୍ଟିକ୍ର ପୁନଃପ୍ରକ୍ରିୟାକରଣ କରାଯାଉନଥିବାରୁ ଏଭଳି ସ୍ଥିତି ଉପୁଜିଛି। ବିଶେଷ କରି ଦକ୍ଷିଣପୂର୍ବ ଏସିଆ ଓ ଉପସାହାରା ଆଫ୍ରିକୀୟ ଦେଶଗୁଡ଼ିକ ସର୍ବାଧିକ ବର୍ଜ୍ୟ ଛାଡୁଥିବା ଜଣାଯାଇଛି।

ନାଇଜେରିଆର ଲାଗୋସ ସହରରେ ସର୍ବାଧିକ ପ୍ଲାଷ୍ଟିକ୍ ବର୍ଜ୍ୟ ଉତ୍ପନ୍ନ ହେଉଥିବା ବେଳେ ନୂଆଦିଲ୍ଲୀ, ଆଙ୍ଗୋଲାର ଲୁଆଣ୍ଡା, ପାକିସ୍ତାନର କରାଚୀ ଓ ଇଜିପ୍ଟର ଅଲ୍ କାହିରା ଆଦି ସହର ଅନ୍ୟତମ ପ୍ରଭୂତ ପ୍ଲାଷ୍ଟିକ୍ ବର୍ଜ୍ୟ ସୃଷ୍ଟିକାରୀ ସହରର ଅପଯଶ ମୁଣ୍ଡାଇଛନ୍ତି। ଭାରତରେ ବର୍ଷକୁ ବିଶ୍ବର ସର୍ବାଧିକ ୧୦.୨ ନିୟୁତ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ସୃଷ୍ଟି ହେଉଛି। ଏ କ୍ଷେତ୍ରରେ ଭାରତ ପଛକୁ ନାଇଜେରିଆ ଓ ଇଣ୍ଡୋନେସିଆ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଚୀନ୍ ଭାରତଠାରୁ ଅଧିକ ପ୍ଲାଷ୍ଟିକ୍ ବ୍ୟବହାର କରୁଥିଲେ ହେଁ ତାହାର ଉତ୍ତମ ବର୍ଜ୍ୟ ପରିଚାଳନା ଯୋଗୁଁ ତାହା ଚତୁର୍ଥ ସ୍ଥାନରେ ରହିଛି। ଶୀର୍ଷରେ ଥିବା ଅନ୍ୟ ପ୍ରଦୂଷଣକାରୀ ଦେଶ ହେଉଛନ୍ତି ପାକିସ୍ତାନ, ବାଂଲାଦେଶ, ରୁଷିଆ ଓ ବ୍ରାଜିଲ। ଉପରୋକ୍ତ ୮ଟି ଦେଶ ବିଶ୍ବର ଅଧାରୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟ ପାଇଁ ଦାୟୀ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button