ଅପରାଧ

କେଜ୍ରିୱାଲଙ୍କୁ ଆଶ୍ବସ୍ତି ମିଳିଲାନି: ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ରେ – Kalinga News

[ad_1]

ଏପ୍ରିଲ ୨ ସୁଦ୍ଧା ଜବାବ ଦାଖଲ ପାଇଁ ଇଡିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଏବେ ରିମାଣ୍ଡ ଦାବି କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ହାଇକୋର୍ଟରେ କୌଣସି ଅନ୍ତରୀଣ ଆଶ୍ବସ୍ତି ମିଳିନାହିଁ। ଗିରଫଦାରୀକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଅଦାଲତ କୌଣସି ତତ୍କାଳ ଆଶ୍ବସ୍ତି ପ୍ରଦାନ କରିନାହାନ୍ତି ଏବଂ କେଜ୍ରିଵାଲଙ୍କ ଆବେଦନ ଉପରେ ଜବାବ ଦାଖଲ ପାଇଁ ତଦନ୍ତକାରୀ ସଂସ୍ଥାକୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଇଡିର ଜବାବ ଦାଖଲ ପରେ ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ରେ କରିବାକୁ ଧାର୍ଯ୍ୟ କରିଛନ୍ତି। ତେଣୁ ଆପ୍ ମୁଖ୍ୟ କେଜ୍ରିୱାଲ ଏବେ ହାଜତରେ ରହିବେ।

ଆଜି କେଜ୍ରିୱାଲଙ୍କ ଓକିଲ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ କୋର୍ଟରେ ଦାବି କରିବା ସହ ଏହି ମାମଲାର ତ୍ବରିତ ଶୁଣାଣି କରିବାକୁ ଦାବି କରିଥିଲେ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ତୁରନ୍ତ ଶୁଣାଣିକୁ ବିରୋଧ କରିବା ସହ ଉଭୟ ଆବେଦନ ଏବଂ କେଜ୍ରିୱାଲଙ୍କ ରିଟ୍ ପିଟିସନ୍‌ର ଜବାବ ଦାଖଲ କରିବାକୁ ସମୟ ମାଗିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ କହିଛନ୍ତି ଯେ ସେମାନଙ୍କୁ ଅତି ବିଳମ୍ବରେ ମଙ୍ଗଳବାର ଆବେଦନର ଏକ ନକଲ ଦିଆଯାଇଥିଲା ଏବଂ ଜବାବ ଦାଖଲ କରିବାକୁ ସମୟ ମିଳନଥିଲା। ଇଡିର ଆବେଦନକୁ ବିରୋଧ କରି କେଜ୍ରିୱାଲଙ୍କ ବରିଷ୍ଠ ଓକିଲ ଅଭିଶେକ ସିଂହଭୀ କହିଥିଲେ ଯେ ବିଚାରପ୍ରକିୟାକୁ ବିଳମ୍ବିତ କରିବା ଲାଗି ଇଡି ଭିନ୍ନ କୌଶଳ ଅପଣାଇଛି। କେଜ୍ରିୱାଲଙ୍କୁ ବିନା ପଚରାଉଚରାରେ ଗିରଫ କରିବାର କୌଣସି ଆବଶ୍ୟକତା ନଥିଲା। ସେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ଏହା ନକରି ଇଡି ତାଙ୍କୁ ଗିରଫ କଲା। ପୁଣି ଏବେ ବିଚାରପକ୍ରିୟାକୁ ବିଳମ୍ବିତ କରିବା ଲାଗି ଟାଳଟୁଳ ନୀତି ଗ୍ରହଣ କରିଛି। କେଜ୍ରିୱାଲଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିବ‌ାରୁ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ସେ ଦୃଢ଼ ଯୁକ୍ତି କରିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ କହିଛନ୍ତି, ମାମଲାର ଶୁଣାଣି ଓ ନିଷ୍ପତ୍ତି ନେବା ସମୟରେ ପ୍ରାକୃତିକ ନ୍ୟାୟ ନୀତିକୁ ଦୃଷ୍ଟିରେ ରଖି ଉଭୟ ପକ୍ଷର ନିରପେକ୍ଷ ଶୁଣାଣି କରିବା ଅଦାଲତର କର୍ତ୍ତବ୍ୟ। ତେଣୁ ଏ କ୍ଷେତ୍ରରେ ଜବାବ ରଖିବା ପାଇଁ ମଧ୍ୟ ଇଡିକୁ ସମୟ ଦିଆଯିବା ଉଚିତ।

ସୂଚନାଯୋଗ୍ୟ ଯେ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଇଡି ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ବୋଲି ଆଖ୍ୟା ଦେଇଛି। ତେବେ କେଜ୍ରିୱାଲ ଏବଂ ଏହି ମାମଲାରେ ଗିରଫ ହୋଇଥିବା ତାଙ୍କର ସହଯୋଗୀ- ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ଇଣ୍ଡି ମେଣ୍ଟ ନେତାମାନେ କେଜ୍ରିୱାଲଙ୍କ ସମର୍ଥନରେ ଏକଜୁଟ ହୋଇଛନ୍ତି। ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ବିଜେପି ସରକାର ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରୁଛି ବୋଲି ଇଣ୍ଡି ମେଣ୍ଟ ନେତାମାନେ ଅଭିଯୋଗ କରିଛନ୍ତି। କେଜ୍ରିୱାଲଙ୍କ ପ୍ରଚାର ଅଭିଯାନକୁ ରୋକିବା ପାଇଁ ଏହା ବିଜେପିର ଏକ ବଡ଼ ଷଡ଼୍‌ଯନ୍ତ୍ର ବୋଲି ଆପ୍‌ ଅଭିଯୋଗ କରିଛି। ନିର୍ବାଚନ ସରିବା ପର୍ଯ୍ୟନ୍ତ‌ କେଜ୍ରିୱାଲଙ୍କୁ ଜେଲ୍‌ରେ ରଖିବା ଏହା ଏକ ଚାଲ ବୋଲି ଆପ୍ କହିଛି। ଇଡି ରିମାଣ୍ଡ ଅବଧି ଶେଷ ହେବା ପରେ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କୁ ସିବିଆଇ ରିମାଣ୍ଡରେ ନେବାକୁ ଯୋଜନା କରିଥିବା ଜଣାପଡ଼ିଛି। ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button