ଅପରାଧ

ପ୍ରଦୀପ, ପିଣ୍ଟୁଙ୍କ ମଧ୍ୟରେ ଠେଲାପେଲା, ମେଡିକାଲରେ ପ୍ରଦୀପ – Kalinga News

[ad_1]

ବ୍ରହ୍ମପୁର: ଆଜି ମତଦାନ ଦିବସର ସଂଧ୍ୟା‌ରେ ଗୋସାଇଁ ନୂଆଗାଁ ଅଞ୍ଚଳରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବ୍ରହ୍ମପୁର ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଏଥିରେ ପ୍ରଦୀପ ଆହତ ହେବା ସହ ଏମ୍‌କେସିଜି ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ପିଣ୍ଟୁଙ୍କୁ ପୁଲିସ ଅଟକ ରଖିଛି। କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଏଭଳି ଠେଲାପେଲା ହୋଇଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପିଣ୍ଟୁଙ୍କ ବହୁ ସମର୍ଥକ ଗୋସାଇଁ ନୂଆଗାଁ ଥାନା ଆଗରେ ରୁଣ୍ଡ ହୋଇଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋସାଇଁ ନୂଆଗାଁ ଥାନା ଫାଟକକୁ ବନ୍ଦ କରିଦିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button