ରାଜନୀତି

ମୁଁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବି ଓ ଜିତିବି: ଖାରବେଳ – Kalinga News

[ad_1]

ମନମୋହନଙ୍କୁ ଧନ୍ୟବାଦ, ତାଙ୍କ ପାଇଁ ହିଁ ମେଣ୍ଟ ଆଶା ମଉଳିଲା

ବାଲେଶ୍ବର: ବିଜେପିର ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ନାଁ ପୁନର୍ବାର ଘୋଷଣା ହେବା ପରେ କ୍ଷୁବ୍ଧ ହୋଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ। ଟିକେଟ୍‌ ନ ମିଳିଲେ ବି ଏଥର ସେ ସ୍ବାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ ଓ ଜିତିବେ ମଧ୍ୟ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୋମବାର ବାଲେଶ୍ବର ସହର ବ୍ଲକ୍‌ କଲୋନିସ୍ଥିତ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀ ସ୍ବାଇଁ କହିଥିଲେ, ମୁଁ ୮ ଥର ଲୋକସଭା ନିର୍ବାଚନରେ ଲଢ଼ି ୩ ଥର ଜିତିଥିବା ଜଣେ ରାଜନେତା। ତେଣୁ ବିଜେପିରୁ ଟିକେଟ୍‌ ନ ମିଳିଲେ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ହୋଇ ପ୍ରତିଦ୍ବନ୍ଦ୍ବିତା କରିବି। ବାଜପେୟୀଙ୍କ ଫଟୋ ରଖି ଭୋଟ୍ ମାଗିବି। ବିଜେପିର ବିକାଶ କଥା କହି ଲୋକଙ୍କ ପାଖକୁ ଯିବି। କିନ୍ତୁ ଦଳରୁ ଇସ୍ତଫା ଦେବିନାହିଁ। ପ୍ରତାପ ଷଡ଼ଙ୍ଗୀ ଏଥର ନିର୍ବାଚନ ପ୍ରଚାର କରିପାରିବେନି। ସେ ଯେଉଁଠିକି ଯିବେ, ସେଠାରେ ବିରୋଧର ସମ୍ମୁଖୀନ ହେବେ।

ମନମୋହନଙ୍କୁ ଧନ୍ୟବାଦ, ତାଙ୍କ ପାଇଁ ହିଁ ମେଣ୍ଟ ଆଶା ମଉଳିଲା
ପ୍ରତାପ ଷଡ଼ଙ୍ଗୀ ଯେଉଁଠିକି ଯିବେ ବିରୋଧର ସମ୍ମୁଖୀନ ହେବେ
ନିର୍ବାଚନ ଲଢ଼ିବା ବ୍ୟକ୍ତିଗତ ନିଷ୍ପତ୍ତି, କିଛି କହିବାର ନାହିଁ: ପ୍ରତାପ

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରାର୍ଥୀ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ନାଁ ସୁପାରିସ କରିଥିଲେ। ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ତାଙ୍କ ନାଁ ଦିଲ୍ଲୀ ପଠାଇଥିଲେ। କିନ୍ତୁ କାହା ଇଙ୍ଗିତରେ ତାଙ୍କ ନାଁ କଟାଯାଇଛି, ତାହା ରହସ୍ୟପୂର୍ଣ୍ଣ। ତେବେ ଯାହାକୁ ସେ ଇଙ୍ଗିତ କରୁଛନ୍ତି, ସେ ପ୍ରତାପ ଷଡ଼ଙ୍ଗୀ ନୁହନ୍ତି ତ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁ ପରେ ତାହା ସାର୍ବଜନୀନ କରିବେ ବୋଲି କହିଥିଲେ। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଶ୍ରୀ ସ୍ବାଇଁ ଧନ୍ୟବାଦ ଜଣାଇ କହିଥିଲେ, ସେ ଜିଦ୍‌ ଧରିବାରୁ ଓଡ଼ିଶାରେ ବିଜେଡି ସହ ବିଜେପିର ମେଣ୍ଟ ଆଶା ମଉଳିଗଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button