ବ୍ୟାଙ୍କ ରେକର୍ଡରେ ନୋମିନି ନକରିବାରୁ ଏସଡିଏମ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ – Kalinga News

[ad_1]
ଡିନ୍ଦୋରୀ(ମଧ୍ୟପ୍ରଦେଶ): ବ୍ୟାଙ୍କ ରେକର୍ଡରେ ନୋମିନି ନକରିବାରୁ ଏସଡିଏମ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ। ମଧ୍ୟପ୍ରଦେଶର ଡିନ୍ଦୋରୀ ଜିଲ୍ଲାର ଶାହାପୁରାରେ ମୁତୟନ ଥିବା ଜଣେ ମହିଳା ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସଡିଏମ୍)ଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ସାମ୍ନାକୁ ଆସିଛି। ସେବା, ବୀମା ଏବଂ ବ୍ୟାଙ୍କ ରେକର୍ଡରେ ନୋମିନି ନକରିବାରୁ ତାଙ୍କ ସ୍ୱାମୀ ଏଭଳି ଅପରାଧ କରିଥିବା ସାମ୍ନାକୁ ଆସିଛି। ମୃତକଙ୍କ ନାମ ନିଶା ନାପିତ(୫୧) ବୋଲି ଜଣାପଡ଼ିଥିବା ବେଳେ ଅଭିଯୁକ୍ତର ନାମ ମନୀଷ ଶର୍ମା(୪୫) ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସର କହିବା ମୁତାବକ, ଦୁହେଁ ସୋସିଆଲ ମିଡିଆରେ ଦେଖା ହେବା ପରେ ୨୦୨୦ ବିବାହ କରିଥିଲେ। ହେଲେ ସେବା, ବୀମା ଏବଂ ବ୍ୟାଙ୍କ ରେକର୍ଡରେ ନୋମିନି କରିବାକୁ ଅଭିଯୁକ୍ତ ଦାବି କରୁଥିଲେ ବି ତାହା କରୁନଥିଲେ ନିଶା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ରବିବାର ମନୀଷ, ନିଶାଙ୍କ ମୁହଁରେ ତକିଆ ରଖି ତାଙ୍କୁ ହତ୍ୟା କରିବା ପରେ ୬ଘଣ୍ଟା ମୃତଦେହ ପାଖରେ ବସି ରହିଥିଲେ। ପରେ ସେ ତାଙ୍କୁ ପାଖ ଡାକ୍ତରଖାନାକୁ ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଡାକ୍ତରଙ୍କୁ ସନ୍ଦେହ ହେବାରୁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଡାକ୍ତରଖାନାରେ ପହଞ୍ଚି ମନୀଷଙ୍କୁ ଅଟକ ରଖି ପଚରାଉଚରା କରିବା ନିଜର ଦୋଷ ସ୍ବୀକାର କରିଥିଲା ଅଭିଯୁକ୍ତ।
[ad_2]




