କୋଟିଆରେ ଆନ୍ଧ୍ର କରିବ ମତଦାନ କେନ୍ଦ୍ର: ମିଛ କହିଲେ ପାର୍ବତୀପୁରମ ମାନ୍ୟମ ଜିଲ୍ଲାପାଳ – Kalinga News

[ad_1]
କୋରାପୁଟ ଜିଲ୍ଲାପାଳ ଦେଲେ କଡ଼ା ଜବାବ
ପଟାଙ୍ଗି: କୋଟିଆରେ ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି ପାର୍ବତୀପୁରମ ମାନ୍ୟମ ଜିଲ୍ଲା ପ୍ରଶାସନ। ପୂର୍ବରୁ ରହିଥିବା ବୁଥ୍ର ସମୀକ୍ଷା ସହ ନୂଆ ବୁଥ୍ ପାଇଁ ସ୍ଥାନ ଚିହ୍ନଟ କରିସାରିଲାଣି। କିନ୍ତୁ ମତଦାନ ହାରକୁ ନେଇ ଆନ୍ଧ୍ର ପ୍ରଶାସନ ଚିନ୍ତିତ ରହିଥିବା ଆଭାସ ମିଳିଛି। ଓଡ଼ିଶା ପ୍ରବଳ ବିରୋଧ କରିବାର ସମ୍ଭାବନା ରହିଥିବାରୁ ସାମ୍ବାଦିକ ସମ୍ମିଳନୀ କରି ମିଛ କହିବାକୁ ପଛାଇ ନାହାନ୍ତି ପାର୍ବତୀପୁରମ ମାନ୍ୟମ ଜିଲ୍ଲାପାଳ। ଗତ ସୋମବାର ନିର୍ବାଚନ ପରିଚାଳନା ଏବଂ ପୂର୍ବ ପ୍ରସ୍ତୁତି ସଂପର୍କରେ ପାର୍ବତୀପୁରମ ମାନ୍ୟମ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାପାଳ ନିଶାନ୍ତ କୁମାର କୋଟିଆ ଭୋଟର ଏବଂ ମତଦାନ କେନ୍ଦ୍ର ପ୍ରଶାସନ ଫୋକସ୍ରେ ରହିଥିବା ସୂଚନା ଦେଇଥିଲେ। ଦୁଇବର୍ଷ ତଳେ ହୋଇଥିବା ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ସମୟରେ କରୋନା କଟକଣା ରହିଥିଲା। ତେଣୁ କୋଟିଆ ପଞ୍ଚାୟତରେ ଆଶାନୁଯାୟୀ ମତଦାନ ହୋଇପାରି ନଥିଲା। ତେବେ ଏଥର କୌଣସି ପ୍ରକାର କଟକଣା ନଥିବାରୁ କୋଟିଆ ପଞ୍ଚାୟତରେ ୬ରୁ ୮ଟି ବୁଥ୍ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଭୋଟର ସୁବିଧାରେ ମତଦାନ ଯେମିତି କରିବେ ତାହାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଶାନ୍ତ ପରିବେଶରେ କେମିତି ମତଦାନ ହେବ ସେଥିପାଇଁ କୋରାପୁଟ ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ ହୋଇସାରିଥିବା କହିଥିଲେ। ସେହିପରି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟରୁ କୋଟିଆରେ ମତଦାନ କେନ୍ଦ୍ର ହେବ। ତେବେ ଭୋଟରଙ୍କ ପୂର୍ଣ୍ଣ ସ୍ବାଧୀନତା ରହିଛି, ଯେଉଁ ରାଜ୍ୟକୁ ଭଲ ପାଉଛନ୍ତି ତା ପାଇଁ ବିନା ରୋକଠୋକ୍ରେ ମତଦାନ କରିପାରିବେ। ତେବେ ପ୍ରାର୍ଥୀ ପ୍ରଚାର ପାଇଁ ଯିବା ପୂର୍ବରୁ ଆଗୁଆ ପ୍ରଶାସନକୁ ସୂଚନା ଦେବେ। କୌଣସି ପରିସ୍ଥିତିରେ ମଧ୍ୟ ଶାନ୍ତି ଯେମିତି ଭଙ୍ଗ ନହୁଏ ସେଥିପାଇଁ ଦୁଇ ରାଜ୍ୟ ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକ ବୋଲି ପାର୍ବତୀପୁରମ ମାନ୍ୟମ ଜିଲ୍ଲାପାଳ କହିଥିଲେ।
ଅପରପକ୍ଷରେ ଆନ୍ଧ୍ରର ଏମିତି ଘୋଷଣାକୁ ନେଇ ସଂପୂର୍ଣ୍ଣ ଭିନ୍ନ ମତ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ। କୋଟିଆରେ ନିର୍ବାଚନ ସଂପର୍କିତ କୌଣସି ଆଲୋଚନା ପାର୍ବତୀପୁରମ ମାନ୍ୟମ ଜିଲ୍ଲା ପ୍ରଶାସନ ସହ ହୋଇନାହିଁ। ୨୦୧୯ ମସିହାରେ ଦୁଇ ରାଜ୍ୟ ମଧ୍ୟରେ ହୋଇଥିବା ଚୁକ୍ତିମାନା ଅନୁସାରେ ହିଁ କୋଟିଆରେ ଏଥର ନିର୍ବାଚନ ହେବ। ଆନ୍ଧ୍ରକୁ ମନମାନି କରିବାକୁ କୌଣସି ସୁଯୋଗ ଦିଆଯିବ ନାହିଁ ବୋଲି କୋରାପୁଟ ଜିଲ୍ଲାପାଳ ସିଧାସଳଖ କହିଛନ୍ତି।
[ad_2]