ଅପରାଧ

ଶ୍ବଶୁରଙ୍କ ପରେ ମହିଳା ନେତ୍ରୀ ବୋହୂଙ୍କୁ ହତ୍ୟା: ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଜଣେ ମହିଳା ନେତ୍ରୀଙ୍କୁ ଛୁରୀ ଭୁଷି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ମହିଳା  ନେତ୍ରୀଙ୍କ ନାମ ନନ୍ଦିନୀ ରାଜଭର ବୋଲି ଜଣାପଡ଼ିଛି।

ଏହି ହତ୍ୟାଘଟଣା ଖଲିଲବାବାଦ କୋତବାଲି ଥାନା ଅଞ୍ଚଳସ୍ଥ ଡିଘା ନିକଟରେ ଘଟିଛି।  ଗତ ରବିବାର ରାତିରେ ନନ୍ଦିନୀ ସୁହେଲଦେବଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ତାଙ୍କ ଶୋଇବା ଘରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ପୁଲିସ ନନ୍ଦିନୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମହିଳା ନେତ୍ରୀଙ୍କୁ କେଉଁମାନେ ହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନଥିବା ‌ବେଳେ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି। ଖୁବଶୀଘ୍ର ହତ୍ୟାକାରୀଙ୍କୁ ଧରିବା ପାଇଁ ପ୍ରତିଶ୍ରୁତି ଦେଇଛି।

ନନ୍ଦିନୀ ସମାଜ ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ରୂପେ କାର୍ଯ୍ୟରତ ଥିବା ସହିତ ପାର୍ଟିର ମହିଳା ମୋର୍ଚ୍ଚାର ପ୍ରଦେଶ ମହାସଚିବ ମଧ୍ୟ ଥିଲେ।

ଏହି ହତ୍ୟାଘଟଣାକୁ ନେଇ  ନନ୍ଦିନୀଙ୍କ ଶାଶୁ କହିଛନ୍ତି, ‘ଗତକାଲି ଆମେ ଘରୁ ସମସ୍ତେ ବାହାରକୁ ଯାଇଥିଲୁ। ଏହି ସମୟରେ ବୋହୂ ନନ୍ଦିନୀ ଘରେ ଏକା ଥିଲା। ଆମେ ଘରେ ପହଞ୍ଚିବା ପରେ ତାର କଠୋରି କବାଟ ଖୋଲା ଥିଲା। ଭିତରକୁ ପଶିଯିବାରୁ ରକ୍ତଜୁଡ଼ୁବୁଡ଼ୁ ହୋଇ ନନ୍ଦିନୀ ପଡ଼ିଥିଲା। ତାର ଚେହେରା ଓ ଗଳାରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିଲା।

ପଡ଼ିଶାଙ୍କ ସାହାଯ୍ୟ ଆମେ ନନ୍ଦିନୀଙ୍କୁ ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ଡାକ୍ତର ବୋହୂକୁ ମୃତ ଘୋଷଣା କରିଥିଲେ। କିଛି ଦିନ ପୂର୍ବରୁ ମୋର ସ୍ବାମୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ପୁଲିସ ଏହି ଘଟଣାର କଡ଼ା ତଦନ୍ତ କରୁ। ନଚେତ ଆଗକୁ ଆମର ପରିବାରର ଅନ୍ୟ ସଦସ୍ୟଙ୍କୁ ବି ଦୁର୍ବୃତ୍ତ ହତ୍ୟା କରିବେ।’

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button