ଦେଶ- ବିଦେଶ

ମୋଦୀଙ୍କ ଅରୁଣାଚଳ ଗସ୍ତକୁ ଚୀନର ବିରୋଧ – Kalinga News

[ad_1]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ୍ ବିରୋଧ କରିଛି। ଗତ ସପ୍ତାହରେ ମୋଦୀ ଅରୁଣାଚଳ ଗସ୍ତ କରିଥିବାବେଳେ ଚୀନ୍ କହିଛି ଏହା ଭାରତକୁ ଏନେଇ କୂଟନୈତିକ ସ୍ତରରେ ପ୍ରତିବାଦ ଜଣାଇଛି। ଅରୁଣାଚଳ ପ୍ରଦେଶକୁ ଚୀନ୍ ନିଜର ବୋଲି ଦାବି କରିଛି ଏବଂ ଭାରତର ଏଭଳି କାର୍ଯ୍ୟ ସୀମା ବିବାଦକୁ କେବଳ ଅଧିକ ଜଟିଳ କରିବ ବୋଲି ଚୀନ୍ କହିଛି। ଉଲ୍ଲେଖଯୋଗ୍ୟ ଯେ ମୋଦୀ ଗତ ସପ୍ତାହରେ ଅରୁଣାଚଳ ପ୍ରଦେଶରେ ୧୩ ହଜାର ଫୁଟ୍ ଉଚ୍ଚତାରେ ନିର୍ମିତ ହୋଇଥିବା ସେଲା ଟନେଲକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହା ତାୱଙ୍ଗ ସହ ସବୁ ଋତୁରେ ଯୋଗାଯୋଗ ରଖିବାରେ ସହାୟକ ହେବ ଏବଂ ଆଗୁଆ ଅଞ୍ଚଳରେ ସୈନିକମାନଙ୍କର ଚଳପ୍ରଚଳରେ ଏହା ଅଧିକ ସହାୟକ ହେବ। ୮୨୫ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଟନେଲ ଆସାମର ତେଜପୁରକୁ ଅରୁଣାଚଳପ୍ରଦେଶର କମେଙ୍ଗ ଜିଲ୍ଲାକୁ ସଂଯୋଗ କରୁଛି। ସେନାବାହିନୀର ଉତ୍ତମ ଗମନାଗମନ ଏବଂ ବାସ୍ତବ ନିୟନ୍ତ୍ରଣ ରେଖା ନିକଟସ୍ଥ ବିଭିନ୍ନ ଆଗୁଆ ଅଞ୍ଚଳକୁ ଯୁଦ୍ଧାସ୍ତ୍ର ନେବାରେ ଏହି ସେଲା ଟନେଲ ସହାୟକ ହେବ। ଉଲ୍ଲେଖଯୋଗ୍ୟ ଯେ ଅରୁଣାଚଳପ୍ରଦେଶକୁ ଚୀନ୍ ବାରମ୍ବାର ନିଜର ବୋଲି ଦର୍ଶାଇଥିବାବେଳେ ଭାରତ ଚୀନର ଏହି ଦାବିକୁ ଖଣ୍ଡନ କରିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button