ବହୁଚର୍ଚ୍ଚିତ ୨୦୧୯ ଓଡ଼ଗାଁ ଡବଲ ମର୍ଡର ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ – Kalinga News

[ad_1]
ଓଡ଼ଗାଁ: ବହୁଚର୍ଚ୍ଚିତ ୨୦୧୯ ମସିହା ଓଡ଼ଗାଁ ଡବଲ ମର୍ଡର ମାମଲାର ରାୟ ଶୁକ୍ରବାର ପ୍ରକାଶିତ ହୋଇଛି।୨୭ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ ତଦନ୍ତକୁ ଭିତ୍ତି କରି
ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଏହି ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାରୁ ପ୍ରକାଶ ଯେ ଦୀର୍ଘ ୫ ବର୍ଷ ତଳେ ୨୦୧୯ ମସିହା ଜାନୁଆରି ମାସ ୧୭ ତାରିଖ ବୁଧବାର ବିଳମ୍ବିତ ରାତିରେ ଓଡ଼ଗାଁ କୃଷକ ବଜାର ରାତ୍ର ଜଗୁଆଳ ରଙ୍ଗଣୀପାଟଣା ଜାମୁସାହି ଗ୍ରାମର ତ୍ରିଲୋଚନ ସେଠୀ ବସଷ୍ଟାଣ୍ଡ ନିକଟରେ ଥିବା ସମୟରେ ଅଭିଯୁକ୍ତ ସାକେରୀ ପଞ୍ଚାୟତ କୁଶଢିପି ଗ୍ରାମର ନିରଞ୍ଜନ ମଳିକ ଓରଫ ନଣ୍ଡା ଜୀବନରୁ ମାରି ଦେବା ଉଦ୍ଦେଶ୍ୟ ନେଇ ଏକ କାଠ ଫାଳିଆରେ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ଯାହା ଫଳରେ ତ୍ରିଲୋଚନ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ଲୋଚନଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହି ଦିନ ରାତି ୩ଟା ସମୟରେ ଅଭିଯୁକ୍ତ ନିରଞ୍ଜନ ସିନେମା ହଲର ବଦନୀ ପ୍ରଧାନ ଓ ସ୍ୱାମୀ ବୀର ପ୍ରଧାନଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ଝିଅ ସୁଲୋଚନା ପ୍ରଧାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ ବଦନୀଙ୍କର ମୃତ୍ୟୁ ଘଟିଥିଲାବେଳେ ଝିଅ ସୁଲୋଚନା ଗୁରୁତର ଆହତ ହୋଇଥିଲେ। ଠିକ୍ ସେହିପରି ଅଭିଯୁକ୍ତ ନିରଞ୍ଜନ ସେଦିନ ରାତିରେ ଓଡ଼ଗାଁର ଦାମୋଦର ସାହୁ ଓ ଅମୁଲି ବାରିକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା। ଏ ନେଇ ତ୍ରିଲୋଚନଙ୍କ ପୁଅ ମନୋଜ ସେଠୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୦୩/୧୯ରେ ହତ୍ୟା ମାମଲା ପଞ୍ଜିକୃତ କରି ଘଟଣାର ଅନୁସନ୍ଧାନ ଚଲାଇଥିଲେ। ଉକ୍ତ ଘଟଣାକୁ ନେଇ ଓଡ଼ଗାଁ ଅଞ୍ଚଳରେ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା।ଅଭିଯୁକ୍ତକୁ କାବୁ କରିବାକୁ ଯାଇ ପଥର ମାଡ଼ରେ ତତ୍କାଳୀନ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ମଧ୍ୟ ଆହତ ହୋଇଥିଲେ। ଅଭିଯୁକ୍ତକୁ ଗିରଫ ଦାବି ଓ ମୃତକଙ୍କ ପରିବାରକୁ ସହାୟତା ଦାବିରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଭୁବନେଶ୍ୱର-ଭଞ୍ଜନଗର ୨୧ ନଂ ରାଜ୍ୟ ରାଜପଥ ଦୀର୍ଘ ୯ ଘଣ୍ଟା ଧରି ଅବରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୨ ଲକ୍ଷ ଅନୁକମ୍ପାମୂଳକ ରାଶି ସମେତ ଆହତଙ୍କୁ ସରକାରୀ ଖର୍ଚ୍ଚରେ ଚିକିତ୍ସା କରିବା ପାଇଁ ଘୋଷଣା କରିବା ପରେ ରାସ୍ତାରୋକ ହଟିଥିଲା। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଉକ୍ତ ମାମଲାକୁ ସରକାରଙ୍କ ତରଫରୁ ଆଡ଼ିସିନାଲ ପିପି ଇନ୍ଦୁଭୂଷଣ ମିଶ୍ର ପରିଚାଳନା କରୁଥିଲେ।
[ad_2]



