ଅପରାଧ

ଭୁବନେଶ୍ବରରେ କେବିଏନ୍‌ ଗ୍ୟାଙ୍ଗର ଆତଙ୍କରାଜ: ଆକ୍ରମଣରେ ୩ ଗୁରତର, ରାସ୍ତାକଡ଼ରେ ଭାଙ୍ଗିଲେ ଗାଡ଼ି – Kalinga News

[ad_1]

ଭୁବନେଶ୍ବର: କମିସନରେଟ୍‌ ପୁଲିସ ଅଧୀନ ନୟାପଲ୍ଲୀ ବ୍ରିଟ କଲୋନିରେ ମଙ୍ଗଳବାର ଗୁଣ୍ଡାରାଜ ଦେଖିବାକୁ ମିଳିଛି। କେବିଏନ୍‌ ଗ୍ୟାଙ୍ଗର ଆକ୍ରମଣରେ ୬ରୁ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କେବିଏନ୍‌ ଗ୍ୟାଙ୍ଗର ୬ ରୁ ୭ ଜଣ ଯୁବକ ସାଧାରଣ ଲୋକଙ୍କୁ ମାଡ଼ ମାରିଛନ୍ତି। ଆଖି ସାମ୍ନାରେ ଯାହାକୁ ଦେଖିଲେ ତାହାକୁ ହାଣିଛନ୍ତି। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଗାଡ଼ିକୁ ବି ଭାଙ୍ଗିଛନ୍ତି। କିଛି ସମୟ ପାଇଁ ବ୍ରିଟ୍‌ କଲୋନିରେ ଆତଙ୍କ ଦେଖିବାକୁ ମିଳିଛି। ୩ ଜଣ ଗୁରୁତର ଆହତ ହୋଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସନ୍ଧ୍ୟା ସମୟରେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ବ୍ରିଟ୍‌ କଲୋନି ଭିତରକୁ ପଶିଲେ ଆଉ ଯାହାକୁ ପାରିଲେ ତାକୁ ଆକ୍ରମଣ କରିଥିଲେ। ସୂଚନା ପାଇଁ ନୟାପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତମାନଙ୍କର ଏଭଳି କାଣ୍ଡକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button