ସୀମାଙ୍କ ନାମରେ ୨୦ଟି ଧାରାରେ ମାମଲା ରୁଜୁ ପାଇଁ ପୂର୍ବତନ ସ୍ବାମୀଙ୍କ ଦାବି – Kalinga News

[ad_1]
ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ରହୁଥିବା ସୀମା ହାଇଦରଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦରଙ୍କ ଓକିଲ ସୁରଜପୁର କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି।
ଗୁଲାମ ହାଇଦରଙ୍କ ଓକିଲ କୋର୍ଟରେ ପହଞ୍ଚି ସୀମା, ତାଙ୍କ ସ୍ୱାମୀ ସଚିନ ମିଣା ଏବଂ ବାପା ନେତ୍ରପାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ଏନେଇ ସେ ସୁରଜପୁର କୋର୍ଟରେ ୧୫୬/୩ ଅଧୀନରେ ଏକ ଆବେଦନ ମଧ୍ୟ କରିଛନ୍ତି।
ଏହି ଆବେଦନକୁ କେନ୍ଦ୍ର କରି କୋର୍ଟ ଜେୱର ପୁଲିସକୁ ଏକ ନୋଟିସ ଜାରି କରିଛନ୍ତି ଏବଂ ଏହାର ଉତ୍ତର ଏପ୍ରିଲ ୧୮ ସୁଦ୍ଧା ଦେବାକୁ କହିଛନ୍ତି। ପ୍ରାୟ ୨୦ଟି ଧାରାରେ ମାମଲା ରୁଜୁ କରିବା ପାଇଁ ଏହି ଆବେଦନରେ ଦାବି କରାଯାଇଛି। ଏହାଦ୍ବାରା ସୀମା ଓ ସଚିନଙ୍କ ଅସୁବିଧା ବଢ଼ିପାରେ ବୋଲି କୁହାଯାଉଛି।
ଏଥିସହିତ ଗୁଲାମ ହାଇଦରଙ୍କ ଓକିଲ ମୋମିନ କୋର୍ଟରେ କହିଛନ୍ତି, ‘ ସୀମା ସଚିନଙ୍କୁ ବିବାହ କରି ଗୁଲାମଙ୍କୁ ପ୍ରତାରଣା ଦେଇଛନ୍ତି।’
ଏହାପୂର୍ବରୁ ଗୁଲାମ ହାଇଦରଙ୍କ ଓକିଲ ସୀମା ଏବଂ ସଚିନଙ୍କୁ ୩କୋଟି ଟଙ୍କା ନୋଟିସ ପଠାଇଥିଲେ। ଏହା ଜବ୍ୟତୀତ ସୀମା ଏବଂ ସଚିନଙ୍କ ଓକିଲ ଡକ୍ଟର ଏ.ପି ସିଂଙ୍କୁ ୫ କୋଟି ଟଙ୍କାର ନୋଟିସ ମଧ୍ୟ ପଠାଯାଇଥିଲା। ଜରିମାନା ରାଶି ଜମା ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମଧ୍ୟ ଗୁଲାମଙ୍କ ଓକିଲ ଚେତାବନୀ ଦେଇଥିଲେ।
[ad_2]