ଖେଳ ଖବର

ଏଠାରେ ହିରୋ ହୁଅ ନାହିଁ; ଜାଣନ୍ତୁ ସରଫରାଜଙ୍କୁ କାହିଁକି ଏଭଳି କହିଲେ ରୋହିତ – Kalinga News

[ad_1]

ରାଞ୍ଚି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଚତୁର୍ଥ ମୁକାବିଲା ଆଜି ରାଞ୍ଚିସ୍ଥିତ ଜେଏସ୍‌ସିଏ ଷ୍ଟାଡିୟମ ପରିସରରେ ଖେଳା ଯାଇଥିଲା। ଗତକାଲି (ଫେବ୍ରୁଆରି ୨୫) ମୁକାବିଲାର ତୃତୀୟ ଦିନ ଥିଲା। ଇଂଲଣ୍ଡ ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୯୨ ରନ୍‌ର ଲକ୍ଷ୍ୟ ଦେଇଥିଲା। ଆଜି ୫ ୱିକେଟ ହରାଇ ୧୯୨ ରନର ବିଜୟଲକ୍ଷ୍ୟକୁ ହାସଲ କରିଛି ଭାରତ। ଦୁଇ ଯୁବ ବ୍ୟାଟର ଶୁଭମନ ଗିଲ ଓ ଧ୍ରୁବ ଜୁରେଲଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି ।

ତେବେ ତୃତୀୟ ଦିନର ମ୍ୟାଚ୍ ସମୟରେ କିଛି ଏଭଳି ଘଟିଥିଲା, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଧିନାୟକ ରୋହିତ ଶର୍ମା, ସରଫରାଜ ଖାନଙ୍କୁ ସିଲି ପଏଣ୍ଟରେ ଛିଡା ହୋଇ ଫିଲ୍ଡିଂ କରିବାକୁ କହୁଛନ୍ତି। ରୋହିତଙ୍କ କଥା ମାନି ସରଫରାଜ ତୁରନ୍ତ ସିଲି ପଏଣ୍ଟରେ ଯାଇ ଛିଡା ହେଉଛନ୍ତି। ଏଠାରେ ମୁଣ୍ଡରେ ବଲ୍ ବାଜିବାର ଆଶଙ୍କା ଅଧିକ ଥାଏ। ଏହା ଜାଣିବା ସତ୍ତ୍ବେ ସରଫରାଜ ହେଲମେଟ ପିନ୍ଧିନଥିବରୁ ରୋହିତ ତୁରନ୍ତ ସକଫରାଜଙ୍କୁ ହେଲମେଟ ପିନ୍ଧିବାକୁ କହୁଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ରୋହିତ କହୁଛନ୍ତି, ଏ ଭାଇ…ଏଠାରେ ହିରୋ ହୁଅ ନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button