ଅପରାଧ

ଅନ୍ୟ ଯୁବକ ସହ କଥା ହେବାରୁ ପ୍ରେମିକାକୁ ମାରିଦେଲା ପ୍ରେମିକ, ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର – Kalinga News

[ad_1]

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କେନଝିରିଆପାଲି ପଞ୍ଚାୟତ ବଲିପାଲିରେ ଆଜି ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରିଛି ବୀରମହାରାଜପୁରର ପୁଲିସ୍। ମୃତକ ହେଲେ ୨୪ ବର୍ଷୀୟା ମନ୍ଦାକିନୀ ପଟନିଆ। ଘଟଣାସ୍ଥଳରେ ବୀରମହାରାଜପୁର ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ତେବେ ଏହି ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଲିଙ୍ଗ ଦେହୁରୀକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ମୃତକ ମନ୍ଦାକିନୀ ପଟନିଆ ଓ ଅଭିଯୁକ୍ତ ଲିଙ୍ଗ ଦେହୁରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ଗତକାଲି ମନ୍ଦାକିନୀ ଅନ୍ୟ ଜଣେ ଯୁବକଙ୍କ ସାଙ୍ଗରେ ମୋବାଇଲରେ କଥା ହେଉଥିବା ଶୁଣିବାକୁ ପାଇଥିଲା ଲିଙ୍ଗ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଲିଙ୍ଗ ରାଗିଯାଇ ମନ୍ଦାକିନୀଙ୍କ ତଣ୍ଟିଚିପି ହତ୍ୟା କରିଥିଲା | ଏହାପରେ ମନ୍ଦାକିନୀଙ୍କ ମୃତଦେହକୁ ଏକ ପରିତ୍ୟକ୍ତ ସ୍ଥାନକୁ ନେଇ ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ । ପରେ ଘଟଣା ଜଣାପଡିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା | ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button