ଖେଳ ଖବର

ଦୁଇ ସ୍ବର୍ଣ୍ଣ ସହ ଦିଲ୍ଲୀକୁ ବିଜେତା କରାଇଲେ ସାଇନା – Kalinga News

[ad_1]

ଭୁବନେଶ୍ବର: ଚେସ୍ ବୋର୍ଡରେ ପୁଣି ଥରେ ଚମକ ଛାଡ଼ିଛନ୍ତି ଡବ୍‌ଲ୍ୟୁଆଇଏମ୍ ସାଇନା ସଲୋନିକା। ଝାନ୍‌ସୀର ବ‌ୁନ୍ଦେଲଖଣ୍ଡ ବିଶ୍ବବିଦ୍ୟାଳୟ ପରିସରରେ ବୁଧବାର ସରିଥିବା ଉତ୍ତରାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟକୁ ବିଜେତା କରାଇଛନ୍ତି ଓଡ଼ିଆ ଝିଅ ସାଇନା। ବ୍ୟକ୍ତିଗତ ଭାବେ ୨ ସ୍ବର୍ଣ୍ଣ ପଦକ ସହିତ ସାଇନା ଏହି ସଫଳତା ପାଇଛନ୍ତି। ସମସ୍ତ ୫ ମୁକାବିଲା ଜିତିବା ସହ ବୋର୍ଡ-୧ରେ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପତିଆଲାର ପଞ୍ଜାବୀ ବିଶ୍ବବିଦ୍ୟାଳୟ ରୌପ୍ୟ ଏବଂ ଶିମଳାର ହିମାଚଳପ୍ରଦେଶ ବିଶ୍ବବିଦ୍ୟାଳୟ କାଂସ୍ୟ ପଦକ ଜିତିଛି। ଗତବର୍ଷ ମଧ୍ୟ ସାଇନା, ଦିଲ୍ଲୀ ବିଶ୍ବ ବିଦ୍ୟାଳୟକୁ ସ୍ବର୍ଣ୍ଣ ପଦକ ବିଜେତା କରାଇଥିଲେ। ଏହି ସଫଳତା ପାଇଁ ସାଇନାଙ୍କୁ ତାଙ୍କ ମିରାଣ୍ଡା ହାଉସ୍ କଲେଜ୍ ଅଧ୍ୟକ୍ଷା ପ୍ରଫେସର ଡକ୍ଟର ବିଜୟଲକ୍ଷ୍ମୀ ନନ୍ଦ, କ୍ରୀଡ଼ା ନିର୍ଦେଶକ ପ୍ରଫେସର ଡକ୍ଟର ଅମୃତା ରାଣା, କ୍ରୀଡ଼ା ସଂଯୋଜକ ଡକ୍ଟର ନୀରୁ ୟାଦବ ଅଭିନନ୍ଦନ ଜଣାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button