କାହାକୁ ଟ୍ରୋଲ ନକରି ସମ୍ମାନ କରନ୍ତୁ; ପାଣ୍ଡ୍ୟାଙ୍କ ସମର୍ଥନରେ ବାହାରିଲେ ସୋନୁ ସୁଦ୍ – Kalinga News

[ad_1]
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ଅଧିନାୟକତ୍ବ ଏବଂ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ଚର୍ଚ୍ଚା ହେଉଛି। ୫ ଥର ଆଇପିଏଲ ଟ୍ରଫି ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୨୦୨୪ର ଆଇପିଏଲରେ ଖରାପ ପ୍ରଦର୍ଶନ ଜାରି ରଖିଛି। ଏନେଇ ପ୍ରଶଂସକ ପାଣ୍ଡ୍ୟାଙ୍କୁ ଦାୟୀ କରିଛନ୍ତି। ଏମିତି କି ତାଙ୍କ ପତ୍ନୀ ନତାଶାଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
We should respect our players. Players who made us proud, players who made our country proud. One day you cheer for them, next day you boo them.
It’s not they, it’s us who fail.
I love cricket.
I love every cricketer who represents my country.
Doesn’t matter which franchise…— sonu sood (@SonuSood) March 29, 2024
ଏମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଦ୍ ପାଣ୍ଡ୍ୟାଙ୍କୁ ସମର୍ଥନ କରି ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଆମେ ଆମର ଖେଳାଳୀଙ୍କୁ ସମ୍ମାନ ଦେବା ଉଚିତ୍। ଯେଉଁ ଖେଳାଳିମାନେ ଆମକୁ ଓ ଆମ ଦେଶକୁ ଗର୍ବିତ କରିଛନ୍ତି ସେମାନଙ୍କୁ ଟ୍ରୋଲ କରିବା ଠିକ୍ ନୁହେଁ। ଦିନେ ଆପଣମାନେ ସେମାନଙ୍କ ପାଇଁ ଖୁସି ହେଉଛନ୍ତି ଏବଂ ପରଦିନ ତାଙ୍କୁ ଅପମାନିତ କରୁଛନ୍ତି।
ଏହା ସେମାନଙ୍କର ନୁହେଁ, ଆମର ବିଫଳତା ଦର୍ଶାଉଛି। ମୁଁ କ୍ରିକେଟକୁ ଭଲ ପାଏ। ଏହା ସହ ମୋ ଦେଶର ପ୍ରତିନିଧିତ୍ୱ କରୁଥିବା ପ୍ରତ୍ୟେକ କ୍ରିକେଟରଙ୍କୁ ମୁଁ ଭଲ ପାଏ । ସେ କେଉଁ ଫ୍ରାଞ୍ଚାଇଜ୍ ପାଇଁ ଖେଳୁଛନ୍ତି ସେଥିରେ କିଛି ଫରକ ପଡ଼େ ନାହିଁ। ଏହା ସହ ସେ ଦଳର ଅଧିନାୟକ ଭାବରେ ଖେଳୁଛନ୍ତି ନା ଦଳର ୧୫ତମ ବ୍ୟକ୍ତି ଅଟନ୍ତି ଏଥିରେ କୌଣସି ଫରକ ପଡେ ନାହିଁ।
ସେମାନେ ଆମର ହିରୋ।
[ad_2]