ଅଣନିଶ୍ବାସୀ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ମ୍ୟାକ୍ସୱେଲ – Kalinga News

[ad_1]
ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍ ୨୦୨୩ର ହିରୋ ମ୍ୟାକ୍ସୱେଲଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବାକୁ ପଡିଥିବା କୁହାଯାଉଛି। ଏହାର କାରଣ କୌଣସି ରୋଗ କିମ୍ବା ଆଘାତ ନୁହେଁ, ବରଂ ଅତ୍ୟଧିକ ମଦ ପିଇଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ସାମ୍ନାକୁ ଆସିଛି। କୁହାଯାଉଛି ଯେ, ମ୍ୟାକ୍ସୱେଲ ପବରେ ପାର୍ଟି କରୁଥିବା ସମୟରେ ଅଧିକ ମଦ୍ୟପାନ କରିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।
‘ଡେଲି ଟେଲିଗ୍ରାଫ୍’ର ସୂଚନା ଅନୁଯାୟୀ, ମ୍ୟାକ୍ସୱେଲ ମଦ୍ୟପାନ କରି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲିଙ୍କ ବ୍ୟାଣ୍ଡ ‘ସିକ୍ସ ଆଣ୍ଡ ଆଉଟ୍’ର କନସର୍ଟ ଦେଖୁଥିଲେ। ଏହି ସମୟରେ ଅଧିକ ମଦ୍ୟପାନ କରିଥିବାରୁ ଅସହଜ ଅନୁଭବ କରିଥିଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମ୍ୟାକ୍ସୱେଲ। ଏହା ପରେ ତାଙ୍କୁ ତୁରନ୍ତ ରୟାଲ ଏଡିଲେଡ ହସ୍ପିଟାଲକୁ ନିଆଯାଇଥିଲା। ତେବେ ମ୍ୟାକ୍ସୱେଲ ଭର୍ତ୍ତି ହେବାର କିଛି ସମୟ ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ ବୋଲି ଜଣାପଡ଼ିଛି।
ଏହି ଘଟଣା ପରେ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ତଦନ୍ତ ଆରମ୍ଭ କରିଥିବା ଜଣାଇଛି।
[ad_2]




