ମନୋରଞ୍ଜନ

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଓ ତାଙ୍କ ବାପା-ଭାଇଙ୍କୁ ଆଶ୍ବସ୍ତି – Kalinga News

[ad_1]

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ମାମଲାରେ ସିବିଆଇ ଦ୍ବାରା  ଅଭିନେତ୍ରୀ ରିୟା ତାଙ୍କ ଭାଇ ଶୋଭିକ ଏବଂ ପିତା ଲେଫ୍ଟନାଣ୍ଟ କର୍ଣ୍ଣେଲ ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ଲୁକ ଆଉଟ ସର୍କୁଲାର୍‌ ଜାରି କରାଯାଇଥିଲା। ଗୁରୁବାର ବମ୍ବେ ହାଇକୋର୍ଟ ସମାନ ଏଲଓସିକୁ ରଦ୍ଦ କରିଥିବା ଖବର ମିଳିଛି। ଏହାଦ୍ବାରା ରିୟାଙ୍କୁ ଓ ତାଙ୍କ ପରିବାରକୁ ବଡ଼ ଆଶ୍ବସ୍ତି ମିଳିଥିବ‌ା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ୨୦୨୦ ଜୁନ ୧୪ ତାରିଖରେ ଉପନଗରି ବାନ୍ଦ୍ରାରେ ନିଜ ବାସଭବନରେ ଅଭିନେତା ସୁଶାନ୍ତଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୁମ୍ବାଇ ପୁଲିସ ସୁଶାନ୍ତଙ୍କ ଦୁର୍ଘଟଣାବଶତଃ ମୃତ୍ୟୁ ହୋଇଥିବା ନେଇ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା। କିନ୍ତୁ ୨୦୨୦ରେ ସୁଶାନ୍ତଙ୍କ ବାପା ବିହାର ପୁଲିସରେ ଅଭିଯୋଗ କରି କହିଥିଲେ,‘ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଓ ତାଙ୍କର ପରିବାର ସଦସ୍ୟ ତାଙ୍କୁ ଜୀବନ ହାରିବା ପାଇଁ ଉସୁକାଇଥିଲେ।’

ଏହାପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଓ ବାପାଙ୍କ ବିରୋଧରେ ୨୦୨୦ରେ ଏଲଓସି ଜାରି କରାଯାଇଥିଲା। ଏଲଓସି ହେତୁ ରିୟା କିମ୍ବା ତାଙ୍କ ଭାଇ କୋର୍ଟଙ୍କ ଅନୁମତି ବିନା ଦେଶ ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଥିଲା। ଏଥିସହିତ ଆଜି ଜଷ୍ଟିସ ରେବତୀ ମୋହିତେ ଡେରେ ଏବଂ ଜଷ୍ଟିସ ମଞ୍ଜୁଶା ଦେଶପାଣ୍ଡେଙ୍କ ଡିଭିଜନ ବେଞ୍ଚ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୌଭିକ ଓ ବାପାଙ୍କ ସପକ୍ଷରେ ଏହି ରାୟ ଦେଇ ଆଶ୍ବସ୍ତି ପ୍ରଦାନ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button