ଖେଳ ଖବର

କ୍ରୀଡ଼ା ଛାତ୍ରାବାସ ବୁଲିଲେ, ପିଲାଙ୍କ ସହ ବ୍ରେକ୍‌ଫାଷ୍ଟ୍‌ କଲେ ୫ଟି ଅଧ୍ୟକ୍ଷ – Kalinga News

[ad_1]

ରାଉରକେଲା: ଗୁରୁବାର ପୂର୍ବାହ୍ନରେ ୫ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରାଉରକେଲାର ବିଭିନ୍ନ କ୍ରୀଡା ସୁବିଧା ପରିଦର୍ଶନ କରିଛନ୍ତି। ଶ୍ରୀ ପାଣ୍ଡିଆନ ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସମ୍ମୁଖରେ ନିର୍ମିତ ଜିମ୍ନାଷ୍ଟିକ୍ ଏକାଡେମୀ, ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିବାସହ ଅନ୍ତେବାସୀ, ପ୍ରଶିକ୍ଷକଙ୍କ ସହ ମତବିନିମୟ କରିଛନ୍ତି।

ଶ୍ରୀ ପାଣ୍ଡିଆନ ବୁଧବାର ସନ୍ଧ୍ୟାରେ ପ୍ରୋଲିଗ୍‌ ହକିର ଭାରତ-ନେଦରଲାଣ୍ଡ୍‌ସ ମ୍ୟାଚ୍‌କୁ ଉପଭୋଗ କରିବାପରେ ବିଶ୍ବକପ ହକିଗ୍ରାମରେ ରାତ୍ରୀଯାପନ କରିଥିଲେ। ଆଜି ସକାଳେ ଶ୍ରୀ ପାଣ୍ଡିଆନ ନବନିର୍ମିତ ଜିମ୍ନାଷ୍ଟିକ୍‌ ଏକାଡେମୀ ପରିଦର୍ଶନ କରିଥିଲେ। ଉଲ୍ଲେଖଯୋଗ୍ୟ, ଏହି ଏକାଡେମୀ ନିକଟ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦ୍‌ଘାଟିତ ହେବ। ଏକାଡେମୀ ପରିଦର୍ଶନବେଳେ ଶ୍ରୀ ପାଣ୍ଡିଆନ ପ୍ରଶିକ୍ଷକମାନଙ୍କ ସହ ମତବିନିମୟ କରିଥିଲେ। କହିଲେ, ସୁନ୍ଦରଗଡ ଜିଲ୍ଲାରେ ବହୁ କ୍ରୀଡା ପ୍ରତିଭା ଅଛନ୍ତି। ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଗୁଣାତ୍ମକ କ୍ରୀଡା ଭିତ୍ତିଭୂମି ସୃଷ୍ଟି କରୁଛନ୍ତି।

ରାଉରକେଲା ସହରରେ ବିଶ୍ୱର ସର୍ବଶ୍ରେଷ୍ଠ ତଥା ବୃହତ୍ତମ ହକି ଷ୍ଟାଡିୟମ୍, ଆଥଲେଟିକ୍ ଷ୍ଟାଡିୟମ୍, ଇନଡୋର ସ୍ବିମିଂ ପୁଲ୍, ଇନଡୋର କ୍ରୀଡା ସୁବିଧା ଆଦି ନିର୍ମାଣ କରାଯାଇଛି। ଏବେ ଏଥିରେ ଜିମ୍ନାଷ୍ଟିକ୍ ଏକାଡେମୀ ଯୋଡ଼ିହୋଇଯାଇଛି। ଏଠାରେ ଅ୍ୟାଧୁନିକ ଉପକରଣ ଉପଲବ୍ଧ। ଭବିଷ୍ୟତରେ ଏଠାରୁ ଅନେକ ଜିମ୍ନାଷ୍ଟ୍‌ ବାହାରିବେ ବୋଲି କହିଥିଲେ। ଏହାସହ ଶ୍ରୀ ପାଣ୍ଡିଆନ ଜିମ୍ନାଷ୍ଟିକ୍ ଏକାଡେମୀର କୋଚମାନଙ୍କ ସହ ଆଲୋଚନା କରିବାସହ ଅଧିକ ଅନ୍ତର୍ଜାତୀୟ ଜିମ୍ନାଷ୍ଟ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିବାକୁ କହିଛନ୍ତି। ପରେ ସେ ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିବାସହ ଖେଳାଳି ଓ କୋଚମାନଙ୍କ ସହ ଆଲୋଚନା କରିଥିଲେ। ବିଶ୍ୱକପ ହକି ମାନଚିତ୍ରରେ ଓଡିଶାକୁ ସ୍ଥାନିତ କରିବାରେ କୋଚମାନଙ୍କ ଉଦ୍ୟମକୁ ଶ୍ରୀ ପାଣ୍ଡିଆନ୍ ପ୍ରଶଂସା କରିଥିଲେ। ଏତଦ୍‌ବ୍ୟତୀତ ହକି ଭିତ୍ତିଭୂମି, ହଷ୍ଟେଲ ସୁବିଧା, ରୋଷେଇ ଘର ଇତ୍ୟାଦି ପରିଦର୍ଶନ କରିଥିଲେ। ହଷ୍ଟେଲରେ ଥିବା ସୁବିଧା, କୋଚିଂ, ଶିକ୍ଷା, ଖାଦ୍ୟ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ। ଏହାସହ ଛାତ୍ରାବାସର ଯୁବ ହକି ଖେଳାଳିଙ୍କ ସହ ମିଶି ପ୍ରାତଃଭୋଜନ କରିଥିଲେ। ଏହି ଗସ୍ତ ସମୟରେ ରାଜ୍ୟ କ୍ରୀଡ଼ା ଏବଂ ଯୁବବ୍ୟାପାର ବିଭାଗର କମିସନର ତଥା ସଚିବ ଭିନିଲ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ସାମିଲ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button