ମନୋରଞ୍ଜନ

ପଣା ସଂକ୍ରାନ୍ତି ଆଉ ନବବର୍ଷ କିପରି ପାଳିଲେ ଆମ ଓଡ଼ିଆ ହିରୋଇନ୍ ମାନେ, ଆଉ କି କି ଶାଢୀ ପିନ୍ଧି ଫଟୋ ଉଠାଇଲେ ଆସନ୍ତୁ ଦେଖିବା ଏହି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କାଲି ଓଡିଆ ନବ ବର୍ଷ ଚାଲି ଯାଇଛି। ଏହାକୁ ଆମର ମହା ବିଷୁବ ପଣା ସଂକ୍ରାନ୍ତି ବୋଲି କୁହା ଯାଇଥାଏ।
ଏହି ନବ ବର୍ଷ କୁ ପ୍ରତ୍ୟେକ ଓଡିଆ ମଧ୍ୟ ବେଶ ଧୁମଧାମ ରେ ପାଳନ କରିଛନ୍ତି। ଆଉ ଏଥିରୁ ବାଦ ପଡି ନାହାଁନ୍ତି ଓଲିଉଡ ଜଗତର ହିରୋଇନ୍ ମାନେ। ଓଡିଆ ଧାରାବାହିକ ଜଗତର ଅନେକ ହିରୋଇନ୍ ମାନେ ମଧ୍ୟ ଏହି ନବ ବର୍ଷ କୁ ଧୁମ୍ ଧାମ ରେ ପାଳନ କରିଥିଲେ।
ଏହି ଦିନର ଆମ ଓଡିଆ ମାନଙ୍କ ଜୀବନରେ ଏକ ବିଶେଷ ମାନ୍ୟତା ରହିଛି। ଏହା ଆମର ଓଡିଆ ନବ ବର୍ଷ ହୋଇ ଥିବା ବେଳେ ପ୍ରତ୍ୟେକ ଓଡିଆ ମଧ୍ୟ ଏହାକୁ ଗର୍ବ ଓ ଗୌରବ ର ସହ ପାଳନ ମଧ୍ଯ କରିଛନ୍ତି।
ଆମେ ଏବେ ଆପଣଙ୍କୁ ସେଭଳି କିଛି ହିରୋଇନ୍ ମାନଙ୍କ ସମ୍ପର୍କ ରେ କହିବାକୁ ଯାଉଛୁ ଯେଉଁ ମାନେ କି ଏହାକୁ ଖୁବ ଧୁମ୍ ଧାମ ରେ ପାଳନ କରିଛନ୍ତି ଆଉ ଏନେଇ ସେମାନେ ତାଙ୍କର ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି।
ସେହି ଅଭିନେତ୍ରୀ ମାନେ ହେଲେ ସୁମନ ପଟ୍ଟନାୟକ, ସିମରନ୍ ଦାସ , ଏଥି ସହ ନୁଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଲିପ୍ସା ମିଶ୍ର ମଧ୍ଯ ଏହି ଦିବସ କୁ ପାଳନ କରିଥିଲେ।
ସେ ମଧ୍ୟ ଘରେ ନିଜେ ବେଲ ପଣା ପ୍ରସ୍ତୁତ କରି ତାଙ୍କ ଶାଶୂ ଘର ଲୋକ ମାନଙ୍କୁ ପିଇବା କୁ ଦେଇଥିଲେ। ଏବଂ ଏହି ଫଟୋ କୁ ସେ ସୋସିଆଲ ମିଡ଼ିଆରେ ଅପଲୋଡ଼ ମଧ୍ୟ କରିଥିଲେ। ତାଙ୍କ ବେଲ ପଣା ମଧ୍ୟ ଖୁବ୍ ସୁନ୍ଦର୍ ଦେଖା ଯାଉଥିଲା।
ଏଥି ସହ ଓଲିଉଡ ଅଭିନେତ୍ରୀ ଭୂମିକା ଦାସ ମଧ୍ୟ ବେଲ ପଣା ପିଇ ପଣା ସଂକ୍ରାନ୍ତି ପାଳନ କରିଥିଲେ। ଏଭଳି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ପଣା ପିଇ ଏହି ପବିତ୍ର ଦିନକୁ ପାଳନ କରିଥିଲେ।
ଏବଂ ଏନେଇ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ। ତେବେ ଆପଣଙ୍କୁ ଏହି ସବୁ ଫଟୋ ଓ ଭିଡିଓ ଦେଖି କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button