ମନୋରଞ୍ଜନ

ମହାପ୍ରସାଦ ଏବେ ଆଇନଜୀବୀ ସନ୍ଦୀପ – Kalinga News

[ad_1]

ଟେଲିଜଗତର ଲୋକପ୍ରିୟ ଅଭିନେତା ମହାପ୍ରସାଦ କରଙ୍କୁ ଏବେ ଜୀ-ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ଶ୍ରୀ’ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଉଛନ୍ତି ଦର୍ଶକ। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାମ ସନ୍ଦୀପ। ଏହି ଟେଲି ଧାରାବାହିକରେ ମହାପ୍ରସାଦ ଜଣେ ଆଇନଜୀବୀ ଭୂମିକାରେ ଅଭିନୟ କରୁଛନ୍ତି। କାହାଣୀ ଅନୁଯାୟୀ, ନାୟିକା ଶ୍ରୀଙ୍କୁ ଭଲ ପାଉଛନ୍ତି ସନ୍ଦୀପ। ତାଙ୍କୁ ମନାଇବା ଲାଗି ସନ୍ଦୀପ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି। ହେଲେ, ଏଥିରେ ସେ ସଫଳ ହେଉଛନ୍ତି କି ନା, ତାହା ପରବର୍ତ୍ତୀ ସମୟରେ ଜଣାଯିବ। ଏଥିରେ ତାଙ୍କ ଚରିତ୍ରଟିରେ ନକାରାତ୍ମକ ଛଟା ରହିଛି। ସନ୍ଦୀପ ଭୂମିକାଟି ତାଙ୍କ ପୂର୍ବ ଚରିତ୍ରଠୁ ଟିକେ ଭିନ୍ନ ହୋଇଥିବାରୁ ଏହାକୁ ନେଇ ସେ ବେଶ୍ ଉତ୍ସାହିତ ବୋଲି ମହାପ୍ରସାଦ କହନ୍ତି। ବାସୁଦେବ ବରାଡ଼ ଓ ବାବୁଙ୍କ ନିର୍ଦ୍ଦେଶିତ ‘ଶ୍ରୀ’ରେ ହରିହର ଦାଶ, ଦେବିକା ଅରୁନ୍ଧତୀ ସାମଲ, ବବଲି, ସଂଜୀବ, ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, ଅରବିନ୍ଦ, ଅଶୋକ ଓଝା ଓ ସୋମା ଭୌମିକ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button