ଥମୁନି ସନ୍ଦେଶଖାଲି ଅଶାନ୍ତି: ପୁଲିସ ସହ ଦଳୀୟ କର୍ମୀଙ୍କ ମୁହାଁମୁହିଁ, ବିଜେପି ସଭାପତି ଆହତ – Kalinga News

[ad_1]
କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶାଜାହାନ ଶେଖ୍ ଏବଂ ତାଙ୍କ ସହଯୋଗୀମାନେ ମହିଳାମାନଙ୍କ ଉପରେ କରିଥିବା ଯୌନ ନିର୍ଯାତନ ବିରେଧରେ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଆରମ୍ଭ ହୋଇଥିବା ଅଶାନ୍ତ ଥମିବାର ନାଁ ନେଉନାହିଁ।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାକୁ କେନ୍ଦ୍ରକରି ଆଜି ଆନ୍ଦୋଳନ ଚାଲିଥିବା ସନ୍ଦେଶଖାଲିରେ ପ୍ରବେଶ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀଙ୍କୁ ବାରଣ କରାଯିବା ପରେ ଦଳୀୟ କର୍ମୀମାନେ ପୁଲିସ କର୍ମଚାରୀଙ୍କ ସହ ସଂଘର୍ଷ କରିଛନ୍ତି। ପୁଳିସ ସହ ସଂଘର୍ଷରେ ଅନେକ ଦଳୀୟ କର୍ମୀ ଆହତ ହୋଇଛନ୍ତି। ଆନ୍ଦୋଳନ କରୁଥିବା ଦଳୀୟ କର୍ମୀଙ୍କ ମଧ୍ୟରେ ଥିବା ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ମଧ୍ୟ ଆହତ ହୋଇଛନ୍ତି।
ଏହା ପୂର୍ବରୁ ପଶ୍ଚିମବଙ୍ଗ ପୁଲିସ ସୁକାନ୍ତ ମଜୁମଦାରଙ୍କୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଟାକିରେ ଥିବା ଏକ ଗେଷ୍ଟ ହାଉସରୁ ଆନ୍ଦୋଳନ ସ୍ଥଳକୁ ବାହାରିବାରୁ ଅଟକାଇଥିଲା। ବିଜେପି ନେତାଙ୍କୁ ସନ୍ଦେଶଖାଲି ଆଡ଼କୁ ଯିବାରୁ ରୋକିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଏହି ଘଟଣାକୁ କେନ୍ଦ୍ରକରି ଅଶାନ୍ତ ହୋଇ ପଡ଼ିଥିବା ସନ୍ଦେଶଖାଲିରେ ୧୪୪ ଧାରା ଜାରି କରାଯାଇଛି।
ତେବେ ବିଜେପି ନେତାମାନେ ନିଷେଧାଦେଶକୁ ଅମାନ୍ୟ କରି ସନ୍ଦେଶଖାଲି ଅଭିମୁଖେ ଯାତ୍ରା ଜାରି ରଖିଥିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା।
[ad_2]