ଅପରାଧ

ସେକ୍ସ ଟେପ୍‌ ମାମଲାରେ ପ୍ରଜ୍ୱଳଙ୍କୁ ଧରିବାକୁ ଅନ୍ତର୍ଜାତୀୟ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି – Kalinga News

[ad_1]

ନୂଆଦିଲ୍ଲୀ: ଜେଡି (ଏସ) ଲୋକସଭା ପ୍ରାର୍ଥୀ ପ୍ରଜ୍ୱଳ ରେବନ୍ନା ଅଶ୍ଳୀଳ ଭିଡିଓ ମାମଲାରେ ଛନ୍ଦି ହେବା ପରେ କେଉଁଆଡ଼େ ଫେରାର୍‌ ଅଛନ୍ତି। ଏହି ମାମଲାର ତଦନ୍ତ କରି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗୁରୁବାର ତାଙ୍କ ବିରୋଧରେ ଏକ ଅନ୍ତର୍ଜାତୀୟ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ବିଶ୍ବର ସମସ୍ତ ଅପ୍ରବାସନ କେନ୍ଦ୍ରରେ  ଏହି ବିଜ୍ଞପ୍ତି ଜାରି କରାଯାଇଛି।

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ‌ଅନେକ ଅଶ୍ଳୀଳ ଫଟୋ ଓ ଭିଡିଓରେ ରେବନ୍ନାଙ୍କୁ ଦେଖାଯିବା ପରେ ସେ ଏପ୍ରିଲ୍ ୨୬ ତାରିଖରେ ଜର୍ମାନୀର ଫ୍ରାଙ୍କଫର୍ଟକୁ ପଳାଇ ଯାଇଥିବା ଅଭିଯୋଗ ହୋଇଥିଲା। ଏବେ ତାଙ୍କୁ ଧରିବା ପାଇଁ ଏହି ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି ହୋଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ବଳ ଜେଡି (ଏସ) ଟିକେଟରେ ହାସନରୁ ନିର୍ବାଚନ ଲଢ଼ିଥାନ୍ତେ। ସେକ୍ସ ଭିଡିଓକୁ ନେଇ ଏକ ବଡ଼ ବିବାଦର ସମ୍ମୁଖୀନ ହେବା ପରେ ପ୍ରଜ୍ୱଳ ରେବନ୍ନାଙ୍କୁ ଜେଡି (ଏସ) ନିଲମ୍ବିତ କରିଛି। ସେ ଏବଂ ତାଙ୍କ ପିତା ଡିଡି ରେମନ୍ନାଙ୍କୁ ପଚରାଉଚରା ପାଇଁ ଏସଆଇଟି ସମ୍ମୁଖରେ ୭ ଦିନ ମଧ୍ୟରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି।

ଯୌନ ଶୋଷଣ ଅଭିଯୋଗରେ ଜେଡି (ଏସ୍) ମଙ୍ଗଳବାର ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ୱଳ ରେବନ୍ନାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଜେଡି(ଏସ୍‌)ର ପ୍ରତିଷ୍ଠାତା ଏଚ୍‌ଡି ଦେବେଗୌଡ଼ାଙ୍କ ପୁଅ ଓ ନାତିଙ୍କ ବିରୋଧରେ ‌ଯୌନ ନିର୍ଯାତନା ଅଭି‌ଯୋଗକୁ ନେଇ କର୍ଣ୍ଣାଟକ ରାଜନୀତିରେ ବ‌ିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button