ଅପରାଧ

ଓଲା ଚାଳକଙ୍କୁ ଠକୁଥିବା ମାଡାମ୍‌ ଧରା ପଡ଼ିଲେ – Kalinga News

[ad_1]

ଭୁବନେଶ୍ବର: ଯିବା ଆସିବା ପାଇଁ ମାଡାମ୍‌ ସବୁବେଳେ ଓଲା କାର୍‌ ବୁକ୍‌ କରୁଥିଲେ। ହେଲେ କାହାକୁ ପାହୁଲାଏ ଦେଉନଥିଲେ। ବିଭିନ୍ନ ତରିକାରେ ଭଡ଼ା ନଦେଇ ଖସି ଯାଉଥିଲେ। ଏଭଳି ଜଣେ ମହିଳା ଠକଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଅଟକ ରଖିଛି। ସୂଚନା ମୁତାବକ, ମହିଳା ଠକ ଜଣକ ବିଭିନ୍ନ ସମୟରେ ଓଲା କାର୍‌ ବୁକ୍‌ କରି ଯା’ଆସ କରୁଥିଲେ। ତେବେ ୧୦ରୁ ଅଧିକ ଥର ଓଲା ଚାଳକଙ୍କୁ ସେ ଭଡ଼ା ଟଙ୍କା ନଦେଇ ପଳାଇଥିବା ପୁଲିସରେ ଅଭିଯୋଗ ହୋଇଛି।

ଆଜି କିନ୍ତୁ ମାଡାମ୍‌ଙ୍କ ତରିକା ଆଉ କାମ କରିନଥିଲା। ସେ ଯେଉଁ ଓଲା କାର୍‌ ବୁକ୍‌ କରିଥିଲେ, ତା’ର ଚାଳକ ପୂର୍ବରୁ ତାଙ୍କୁ ନିଜ ଗାଡ଼ିରେ ନେଇଥିଲେ, ତେଣୁ ମାଡାମଙ୍କୁ ଚିହ୍ନି ପାରିଥିଲେ। ତେଣୁ ସେ ତୁରନ୍ତ ଠକେଇର ଶିକାର ହୋଇଥିବା ଅନ୍ୟ ଓଲା ଚାଳକମାନଙ୍କୁ ଜଣାଇଥିଲେ। ଏହା ସହିତ ସେ ଚତୁରତାର ସହ ମାଡମ୍‌ଙ୍କୁ ଗନ୍ତବ୍ୟସ୍ଥଳକୁ ନେବା ବଦଳରେ ସିଧା ଥାନାକୁ ନେଇ ଯାଇଥିଲେ। ଅନ୍ୟ ଚାଳକମାନେ ମଧ୍ୟ ଥାନାରେ ପହଞ୍ଚି ମାଡମ୍‌ଙ୍କୁ ଘେରିଯାଇଥିଲେ। ସେମାନେ ମାଡାମଙ୍କୁ ପୁଲିସ ହାତରେ ଜିମା ଦେଇଥିଲେ। ପୁଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button