ଅପରାଧ

ବୋମା ଥିବା ଖବର ପାଇବା ପରେ ଜରୁରୀ ଅବତରଣ କଲା ବିମାନ; ଅଧିକାରୀ ଦେଲେ ଏଭଳି ସୂଚନା – Kalinga News

[ad_1]

ନୂଆଦିଲ୍ଲୀ: ଚେନ୍ନାଇରୁ ମୁମ୍ବାଇ ଯାଉଥିବା ବିମାନରେ କିଛିସମୟ ପାଇଁ ଭୟର ବାତାବରଣ ଖେଳି ଯାଇଥିଲା। କାରଣ ମଝି ଆକାଶରେ ବିମାନ ଉଡ଼ୁଥିବା ବେଳେ ହଠାତ ସେଥିରେ ବୋମା ଥିବା ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଚେନ୍ନାଇରୁ ମୁମ୍ବାଇ ଯାଉଥିବା ବିମାନ ସଂଖ୍ୟା ୬ଇ୫୧୮୮ ମଝି ଆକାଶରେ ଉଡ଼ୁଥିବ‌ା ବେଳେ ଏୟାର ଟ୍ରାଫିକ କ‌ଣ୍ଟ୍ରୋଲକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା।

ଆଉ କୁହାଯାଇଥିଲା କି ବିମାନରେ ବୋମା ଅଛି। ମୁମ୍ବାଇରେ ଅବତରଣ କରିବା କ୍ଷଣି ବିମାନକୁ ବୋମାରେ ଉଡ଼ାଇ ଦିଆଯିବ। ବିମାନରେ ‌ବୋମା ଥିବା ଜଣାପଡ଼ିବା ପରେ ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।

ସଙ୍ଗେସଙ୍ଗେ ମୁମ୍ବାଇ ପୁଲିସ୍‌ ଓ ସୁରକ୍ଷା ଏଜେନ୍ସିଙ୍କୁ ଘଟଣା ସମ୍ପର୍କରେ ଖବର ଦିଆଯାଇଥିଲା। ଜରୁରୀକାଳିନ ଭାବେ ବିମାନଟିକୁ ତୁରନ୍ତ ନିକଟସ୍ଥ ବିମାନବନ୍ଦରରେ ଅବତରଣ କରାଯାଇଥିଲା।  ଯାତ୍ରୀମାନଙ୍କୁ ସଙ୍ଗେସଙ୍ଗେ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଯାଞ୍ଚ ଆରମ୍ଭ କରାଯାଇଥିଲା। ଅନେକ ସମୟ ଧରି ଯାଞ୍ଚ କରାଯାଇଥିଲେ ହେଁ ବିମାନର ଭିତରେ ବୋମାର ‌କୌଣସି ସନ୍ଧାନ ମିଳି ନଥିଲା।

ତେବେ ଏଭଳି ଧମକ ପୂର୍ଣ୍ଣ ସୂଚନା କିଏ ଓ କେଉଁ କାରଣ ପାଇଁ ଦେଇଥିଲେ ତାହାକୁ ନେଇ ମୁମ୍ବାଇ ପୁଲିସ୍‌  ଏକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button