ଶେଷରେ ଏଭଳି ଭାବରେ ହେବ କଳିଯୁଗର ସମାପ୍ତି, ମଣିଷ ସବୁ ପାପ କର୍ମର ଭାଗୀଦାର ହେବ। ଜାଣିଲେ ବିଶ୍ୱାସ ହେବ ନାହିଁ
ଭଗବାନ ବିଷ୍ଣୁ ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ଅବତାର ହୋଇ ଜନ୍ମ ହୋଇଥିଲେ ଏବଂ ମହାଭାରତ ଯୁଦ୍ଧରେ ପାଣ୍ଡବ ମାନଙ୍କୁ ମାର୍ଗଦର୍ଶନ କରାଇ ଥିଲେ।ଆଜି ଆମେ ଆପଣଙ୍କୁ ଗୋଟେ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହା ମହାଭାରତରେ ଲୁଚି ରହିଥିବା ଏକ ଅଜଣା କଥା ଅଟେ। ପୁରାଣ ଶାସ୍ତ୍ର ଅନୁସାରେ ଏବେ କଳିଯୁଗ ଚାଲିଛି।
ଏହି ଯୁଗ ବିଷୟରେ ପୂର୍ବରୁ ଲେଖାଯାଇଛି କି ଏହି ଯୁଗରେ ପାପ ଅଧିକ ମାତ୍ରାରେ ବଢିବା ସହିତ ଘୋର ଅଧର୍ମ ବଢ଼ି ଚାଲିବ।ଏହି ଯୁଗର ଲୋକେ ଧର୍ମର ମାର୍ଗ ଛାଡ଼ି ଅଧର୍ମ ମାର୍ଗରେ ଚାଲିବେ। ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ କଳିଯୁଗ ବିଷୟରେ କିଛି ଅଦ୍ଭୁତ କଥା ପାଣ୍ଡବ ମାନଙ୍କୁ କହିଥିଲେ, ଯାହା ଆଜିର ଦିନରେ ସତ ସାବ୍ୟସ୍ତ ହୋଇଛି।
ମହାଭାରତ ଯୁଦ୍ଧ ପରେ ପାଣ୍ଡବମାନଙ୍କ ମଧ୍ୟରୁ ଚାରିଭାଇ ମହଲରେ ବସିଥିଲେ।ଯୁଧିଷ୍ଠିର କୌଣସି କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ଯୁଧିଷ୍ଠିରଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ। ସେଥିରେ ବସିଥିବା ସହଦେବ କହିଲେ, ” ମହାରାଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ମୁଁ ଯଦି ଆପଣଙ୍କର କିଛି ସାହାଯ୍ୟ କରି ପାରିବି ତାହେଲେ କୁହନ୍ତୁ “।ଏହାପରେ ସେହିଁ ବ୍ୟକ୍ତି ସହଦେବଙ୍କୁ ପ୍ରଶ୍ନ ପଚାରିଲେ କି, ଗାଆଁର କ୍ଷେତକୁ ପୁତଳା ଜଗି ରହେ। କିନ୍ତୁ ଏବେ ସେହି ପୁତଳା କାହିଁକି କ୍ଷେତରେ ସବୁ ଚାଷ ନିଜେ ଭକ୍ଷଣ କରୁଛି।
ସହଦେବଙ୍କ ପାଖରେ ଏହି ପ୍ରଶ୍ନର କୌଣସି ଉତ୍ତର ନଥିଲା। ଏହାପରେ ସେହି ବ୍ୟକ୍ତି ଜଣକ ନକୁଳଙ୍କୁ ପ୍ରଶ୍ନ କଲେ କି, ” ଜଣେ ସ୍ତ୍ରୀଲୋକ କୂଅରୁ ପାଣି କାଢି ବଡ ମାଠିଆରେ ଭର୍ତି କଲେ ଏବଂ ତାକୁ ନେଇ ୪ ଗୋଟି ଛୋଟ ମାଠିଆରେ ଭର୍ତ୍ତି କଲେ।ପୁଣି ସେହି ୪ ଗୋଟି ମାଠିଆର ପାଣିକୁ ନେଇ କୂଅରେ ପକାଇଲେ। କିନ୍ତୁ କୂଅ ଭର୍ତ୍ତି ହେଲାଣି କାହିଁକି”? ନକୁଳଙ୍କ ପାଖରେ ଏହି ପ୍ରଶ୍ନର କୌଣସି ଉତ୍ତର ନଥିଲା।
ଏହାପରେ ସେହି ବ୍ୟକ୍ତି ଜଣକ ଅର୍ଜୁନଙ୍କୁ ପଚାରିଲେ କି, ଜଣେ ଲୋକ ପାଖରେ ଛୁଞ୍ଚି ଥିଲା। ସେହି ଛୁଞ୍ଚିର କଣାରେ ଗୋଟେ ହାତୀ ପଶିଗଲା। କିନ୍ତୁ ତାର ଲାଞ୍ଜ ପଶିଲା ନାହିଁ, ଏପରି କାହିଁକି ହେଲା? ଅର୍ଜୁନ ଏହି ପ୍ରଶ୍ନର କୌଣସି ଉତ୍ତର ଦେଇ ପାରିଲେ ନାହିଁ।ଏହାପରେ ସେହି ବ୍ୟକ୍ତି ଜଣକ ବଳଶାଳୀ ଭୀମଙ୍କୁ ପଚାରିଲେ କି, ଜଣେ ୭ବର୍ଷର ପିଲା ପତଳା ସୂତାରେ କିପରି ଗୋଟେ ବଡ଼ ପର୍ବତକୁ ଟାଣିପାରିବ? ଭୀମଙ୍କ ପାଖରେ ମଧ୍ୟ ଏହାର କୌଣସି ଉତ୍ତର ନଥିଲା।
ଏହାପରେ ଚାରି ଭାଇ ଯୁଧିଷ୍ଠିରଙ୍କୁ ଡାକି ଆଣି କହିଲେ, ଜଣେ ଅତିଥି ଆସିକି ଏହିଭଳି ଅଦ୍ଭୁତ ପ୍ରଶ୍ନ ପଚାରୁଛନ୍ତି। ଯୁଧିଷ୍ଠିର ବାହାରକୁ ଆସି ଦେଖିଲେ ଯେ ବାହାରେ କୌଣସି ବ୍ୟକ୍ତି ନାହାନ୍ତି।ସେହି ବ୍ୟକ୍ତି ଜଣକ କଳିଯୁଗରୁ ଆସିଥିଲେ ବୋଲି ମହାରାଜ ଯୁଧିଷ୍ଠିର ଜାଣି ପାରିଲେ। ଏହାପରେ ଯୁଧିଷ୍ଠିର ପ୍ରଥମେ ସହଦେବଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେ ଯେ, କଳିଯୁଗରେ ଯିଏ ରକ୍ଷକ ହେବ ସେ ହିଁ ଭକ୍ଷକ ହୋଇଯିବ।
ନକୁଳଙ୍କ ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠିର କହିଲେ କି, କଳିଯୁଗରେ ପିତାମାତା ସ୍ନେହରେ ପିଲାମାନଙ୍କୁ ବଡ କରିବେ, କିନ୍ତୁ ପିଲାମାନେ ବଡ ହୋଇ ପିତାମାତାଙ୍କୁ ସ୍ନେହ ଦେବେ ନାହିଁ। ପିତାମାତା ନିଜ ପିଲାମାନଙ୍କୁ ବାନ୍ଧି ରଖିବେ।ଏହାଦ୍ଵାରା ପିଲାମାନଙ୍କର ବୁଦ୍ଧି ବିକାଶ ହେବ ନାହିଁ।
ଅର୍ଜୁନଙ୍କୁ ଉତ୍ତର ଦେଇ ଯୁଧିଷ୍ଠିର କହିଲେ କି, କଳିଯୁଗରେ ଘୋର ପାପ କାର୍ଯ୍ୟ କରି ଲୋକେ ସ୍ଵାଧୀନ ହୋଇ ବୁଲିବେ। କିନ୍ତୁ ସଚ୍ଚୋଟ ମଣିଷ ଫସିଯିବ।ଭୀମଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ କି, କଳିଯୁଗରେ କେବଳ ଭଗବାନଙ୍କ ଉପାସନା ଏବଂ ପରସ୍ପର ମଧ୍ୟରେ ପ୍ରେମ ସ୍ନେହ ରଖି ଚଳିବା ଦ୍ଵାରା ହିଁ ମଣିଷ ଜୀବିତ ରହି ପାରିବ।କଳ୍କୀ ଅବତାର ହୋଇ ଭଗବାନ ନିଜେ ଅଧର୍ମୀ ଓ ପାପୀ ମାନଙ୍କର ବିନାଶ କରିବେ।
ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।